ଲଗାଣ ବର୍ଷାରେ ଭିଜୁଛି ରାଜଧାନୀ,୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଭୁବନେଶ୍ବର, ଅକ୍ଟୋବର ୪(ଖବର ଓଡ଼ିଶା) Share story: ଲଗାଣ ବର୍ଷାରେ ଭିଜୁଛି ରାଜଧାନୀ ଭୁବନେଶ୍ଵର। ଗତକାଲି ବିଳମ୍ବିତ ରାତିରୁ ଭୁବନେଶ୍ଵର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରୀ ରହିଛି। ତୁହାକୁ ତୁହା ବର୍ଷା ସହ ପବନ ମଧ୍ଯ ଲାଗି ରହିଛି। ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ ଓ ୫ ତାରିଖରେ ସମଗ୍ର ଉପକୂଳ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବ। ୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ଦ୍ବିତୀୟ ଘୂର୍ଣ୍ଣିବଳୟ ସୃଷ୍ଠି ହୋଇ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୃଷ୍ଟ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଖବର ଓଡ଼ିଶା, Reporter, 03/10/2022