ଘର ମଧ୍ୟରୁ ନବବଧୂର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ
Khabar Odisha:The-brides-body-was-recovered-from-the-house
ନବରଙ୍ଗପୁର, ଅଗଷ୍ଟ ୦୬ (ଖବର ଓଡ଼ିଶା):

ଘର ମଧ୍ୟରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ସରଗୁଲି ଡିଏନକେ ଗ୍ରାମରେ । ଯେଉଁଠି ଘର ମଧ୍ୟରେ ଏକ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରିଛି ରାଇଘର ପୋଲିସ୍ । ସୂଚନା ମୁତାବକ ସରଗୁଲି ଡିଏନକେ ଗ୍ରାମର ପତିତ ମଣ୍ଡଳଙ୍କ ପୁଅ ଜୟନ୍ତ ମଣ୍ଡଳ ତିନି ମାସ ତଳେ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଚାଟିଗୁଡା ୟୁ.ଭି-୧୯ ଗ୍ରାମର ନାରାୟଣ ସର୍ଦାରଙ୍କ ଝିଅ ଅପର୍ଣ୍ଣା ସର୍ଦାରଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପର ଠାରୁ ସରଗୁଲି ସ୍ଥିତ ନିଜ ପିତାଙ୍କ ଘରେ ଦୁହେଁ ଖୁସିରେ ରହି ଆସୁଥିଲେ ଓ ଗତକାଲି ରାତିରେ ଖାଇସାରି ଶୋଇବା ପରେ ଏଭଳି ଘଟଣା ଘଟିଥିବା ସ୍ୱାମୀ ଜୟନ୍ତ ମଣ୍ଡଳ ପ୍ରକାଶ କରୁଥିବାବେଳେ ନବବଧୂ କୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣିଛନ୍ତି ମୃତ ଅପର୍ଣ୍ଣାଙ୍କ ସମ୍ପର୍କୀୟ । ଖବର ପାଇ ରାଇଘର ପୋଲିସ ଉକ୍ତ ଗ୍ରାମକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment