ସମୁଦ୍ର ଭିତରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ୧୮ ମତ୍ସ୍ୟଜୀବୀ ଉଦ୍ଧାର
Khabar Odisha:State-Odisha-collision-between-two-boat-in-gopalpur-sea
ଗଂଜାମ, ଜାନୁଆରୀ ୧୯ (ଖବର ଓଡ଼ିଶା):

ଘନ କୁହୁଡି ଯୋଗୁଁ ଗଂଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି । ମାଛ ଧରିବାକୁ ଯିବାବେଳେ  କୁହୁଡି ଯୋଗୁଁ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ଫଳରେ ଡଙ୍ଗା ଭାଙ୍ଗିଯିବା ସହ ଡଙ୍ଗାରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳ ପ୍ରାୟ ୫ଟା ବେଳେ ଏକ ଡଙ୍ଗା ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିଲା। ସେହିପରି ବିପରୀତ ଦିଗରୁ ଆଉ ଏକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିଲା। କିନ୍ତୁ ଘନ କୁହୁଡି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲେ। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ଦୁଇଟି ଡଙ୍ଗାରେ ଥିବା ୧୮ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସ୍ୟଜୀବୀ ଥିଲେ। ଡଙ୍ଗା ଦୁର୍ଘଟଣା କାରଣରୁ ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଛି।

  • Tags:

Subscribe

National International State Sports Entertainment