ଅଢେଇ ବର୍ଷ ହେଲା ଦରମା ନାହିଁ, ରାଜରାସ୍ତାରେ ଭିକ୍ଷା ମାଗୁଛନ୍ତି ଶିକ୍ଷୟତ୍ରୀ
Khabar Odisha:State-Odisha-Teacher-begs-for-justice-in-bhubaneswar
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ଅଢେଇ ବର୍ଷ ହେଲା ଦରମା ନ ପାଇ ରାଜଧାନୀ ଭୁବନେଶ୍ୱର ରାସ୍ତା ଉପରେ ଭିକ ମାଗୁଛନ୍ତି ଜଣେ ଶିକ୍ଷୟତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମାନବାଧିକାର କମିଶନ, ମହିଳା କମିଶନ ଦ୍ୱାରସ୍ଥ ହୋଇ ବି ନ୍ୟାୟ ପାଇପାରୁ ନାହାନ୍ତି ଜଣେ ଶିକ୍ଷୟତ୍ରୀ । 

ଅଢେଇ ବର୍ଷ ହେଲା ଦରମା ନ ପାଇ କଷ୍ଟରେ ଚଳୁଛି। ଘର ଚଳାଇବା ପାଇଁ ଟଙ୍କା ନାହିଁ। ମୋତେ ଗୋଟିଏ ଟଙ୍କାଟେ ଦିଅନ୍ତି । ୩୩ ବର୍ଷ ଚାକିରି କାଳ ମଧ୍ୟରେ ୧୯ଥର ବଦଳି ହୋଇଥିବା ବେଳେ ୩ ଥର ସସ୍ପେଣ୍ଡ ହୋଇଥିବା କହି ଶିକ୍ଷୟିତ୍ରୀଜଣକ ନ୍ୟାୟ ପାଇଁ ଭିକ୍ଷା କରୁଛନ୍ତି । ତେବେ ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ବୋଲି ଜଣାପଡ଼ିଛି । ଅତ୍ୟଧିକ ଖରା ଯୋଗୁ ଶିକ୍ଷୟିତ୍ରୀଜଣକ ଅସୁସ୍ଥ ହୋଇପଡ଼ିଥିବା ବେଳେଜଣେ ଯୁବତୀଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଉକ୍ତ ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ୨୦୧୮ ମସିହା ନଭେମ୍ବର ମାସରେ ଦାବୀ ପୂରଣ ନେଇ ନବୀନ ନିବାସ ଆଗରେ ବସିଥିଲେ ।  କିନ୍ତୁ ତାଙ୍କୁ ସେଠାରୁ ପୋଲିସ ଆସି ବିଦା କରିଦେଇଥିଲା । ଆଉ ଅଳ୍ପ ଦିନରେ ତାଙ୍କର ଚାକିରି କାଳ ଶେଷ ହେବାକୁ ଯାଉଥିବା ବେଳେ ତାଙ୍କୁ ଅଢେଇ ବର୍ଷ ହେଲା ଦରମା ଦିଆଯାଉ ନାହିଁ । ଫଳରେ ବିନା ଦରମାରେ ସେ ବହୁ କଷ୍ଟରେ ଚଳୁଛନ୍ତି ।

  • Tags:

Subscribe

National International State Sports Entertainment