ମାନିଲେ ମନ୍ତ୍ରୀ,୧୧୫ଟି ବିଦ୍ୟାଳୟର ନାହିଁ ନିଜସ୍ୱ ଗୃହ, ବାହାରେ ପାଠ ପଢୁଛନ୍ତି ୯୦ଟି ପ୍ରାଥମିକ ବିଦ୍ୟାଳୟର ପିଲା
Khabar Odisha:State-Odisha-School-and-mass-education-minister-in-Odisha-Assembly
ଭୁବନେଶ୍ୱର, ଫେବୃଆରୀ ୧୮(ଖବର ଓଡ଼ିଶା):

ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପଦାରେ ପଡ଼ିଛି । ରାଜ୍ୟର ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଆଦୈା ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ଏନେଇ ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମୋହନ ମାଝୀ ଆଜି ଗୃହରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ । ଓଡିଶାରେ କେତେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ ? କେତେ ସଂଖ୍ୟକ ବିଦ୍ୟାଳୟର ନିଜସ୍ୱ ଗୃହନାହିଁ ? କେତେ ବିଦ୍ୟାଳୟ ପାଇଁ ସର୍ବନିମ୍ନ ସଂଖ୍ୟକ ପିଲା ନାହାଁନ୍ତି ? କେତେ ସଂଖ୍ୟକ ହାଇସ୍କୁଲରେ କମ୍ପୁଟର ଥିଲେ ବି ବିଦ୍ୟୁତ୍ ନାହିଁ ? ଓ କେତେ ସଂଖ୍ୟକ ବିଦ୍ୟାଳୟରେ ପାଠାଗାର ନାହିଁ ଜିଲ୍ଲାୱାରୀ ତଥ୍ୟ ଦେବେ କି ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ମୋହନ ମାଝୀ । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଉତ୍ତର ରଖିଛନ୍ତି ଯେ, ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ବିଦ୍ୟୁତ୍ କାର‌୍ୟ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।

  • Tags:

Subscribe

National International State Sports Entertainment