ମାଲକାନଗିରିରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା
Khabar Odisha:State-Odisha-BSF-jawan-commits-suicide-at-Chitrakonda-of-Malkangiri-district-body-recovered

ଭୁବନେଶ୍ୱର, ଅଗଷ୍ଟ ୦୫ (ଖବର ଓଡ଼ିଶା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ସୀମା ସୁରକ୍ଷା ବାହିନୀର ଜଣେ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଚିତ୍ରକୋଣ୍ଡା ଥାନା ନିକଟରେ ଥିବା ବିଏସ୍‌ଏଫ୍ କ୍ୟାମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟା କରିଥିବା ବିଏସ୍‌ଏଫ ଯବାନଙ୍କ ଘର ରାଜସ୍ଥାନ ବୋଲି ଜଣାଯାଇଛି । ତାଙ୍କର ନାମ ଶେଷ କର୍ଣ୍ଣ । ସେ ଚିତ୍ରକୋଣ୍ଡାସ୍ଥିତ ୯ ନମ୍ବର ବାଟାଲିଅନରେ ମୁତୟନ ଥିଲେ । ତେବେ କେଉଁ କାରଣରୁ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ି ନାହିଁ । ତଦନ୍ତ ପରେ ପ୍ରକୃକ କାରଣ ଜଣାପଡ଼ିବ । 

 

  • Tags:

Subscribe

National International State Sports Entertainment