ସର୍ପାଘାତରେ ୨ଯାଆଁଳା ଭଉଣୀ ମୃତ, ଜନ୍ମ ହୋଇଥିଲେ ଏକାଠି ମୃତ୍ୟୁ ବି ହେଲା ଏକାଠି
Khabar Odisha:State-Odisha-2sisters-dead-due-to-snake-bite
ଅନୁଗୁଳ, ସେପ୍ଟେମ୍ବର ୨୩(ଖବର ଓଡ଼ିଶା) :

ଏମିତି ବି ଆସେ ମୃତ୍ୟୁ । ଅନୁଗୁଳ ବେନ୍ତପୁର ଗାଁରେ ଶୋଇଥିବା ବେଳେ ଅଘଟଣ ଘଟିଛି । ଘରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ୨ଯାହାଁଳା ଭଉଣୀଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ଘରେ ୨ଜଣ ଯାଆଁଳା ଭଉଣୀ ଶୋଇଥିଲେ । ସେହି ସମୟରେ ୨ଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ ଦୁଇ ଭଉଣୀ ଗୁରୁତର ହୋଇପଡ଼ିଥିଲେ । ଆଜି ଭୋରୁ ପରିବାର ଲୋକେ ଦେଖିବା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ କଟକ ନେବା ବାଟରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଯାଆଁଳା ଭଉଣୀଙ୍କ ବୟସ ୧୨ବର୍ଷ ହୋଇଥିବା ଜଣାପଡ଼ିଛି  । ମୃତକ ଦୁଇ ଭଉଣୀ ହେଲେ ସୁମନ୍ତ ସାହୁଙ୍କ ଯାଆାଁଳା ଝିଅ ସୁଜାତା ସାହୁ ଓ ରୋଜାଲିନ ସାହୁ ।

  • Tags:

Subscribe

National International State Sports Entertainment