ଗୈରୀ ଗିଲମୌରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସାମ୍ନାରେ ହାରମାନିଥିଲା ଇଂଲଣ୍ଡ
Khabar Odisha:Sports-cricket-odisha-England-leg-before-Gary-Gilmour-in-1975-world-cup
ନୂଆଦିଲ୍ଲୀ, ମେ ୨୬(ଖବର ଓଡିଶା):

ଆଇସିସି କ୍ରିକେଟ ବିଶ୍ୱକପ ନିଜର ୪୪ ବର୍ଷର ଇତିହାସରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିସାରିଛି । ସତ କହିବାକୁ ଗଲେ ଏହି ମୁକାବିଲାଗୁଡିକ ଇତିହାସ ବଦଳାଇବା ସହିତ ସବୁ ଦିନ ପାଇଁ ସ୍ମରଣୀୟ ହୋଇଯାଇଛନ୍ତି । ୧୯୭୫ ବିଶ୍ୱକପରେ ଇଂଲଣ୍ଡ- ଅଷ୍ଟ୍ରେଲିଆ ମୁକାବିଲ ତନ୍ମଧ୍ୟରି ଏକ ମୁକାବିଲା, ଯାହାକୁ ସାରା ବିଶ୍ୱ ମନେ ରଖିଛି । 

୧୯୭୫ ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ଚିର ପରିଚିତ ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ପୂର୍ବରୁ ଡେନିସ ଲିଲି ଓ ଜେଫ ଥମସନଙ୍କ ପାଖରୁ ମିଳିବାକୁ ଥିବା ଚ୍ୟାଲେଞ୍ଚ ବିଷୟରେ ଅବଗତ ଥିଲେ କିନ୍ତୁ ତାଙ୍କୁ ଗୈରୀ ଗିଲମୌରଙ୍କ ଘାତକ ସ୍ୱିଙ୍ଗ ବୋଲିଂ ଘାଇଲା କରିଥିଲା । ୨୩ ବର୍ଷର ସେହି ବୋଲର ୧୪ ରନ ଦେଇ ୬ଟି ୱିକେଟ ନେଇଥିଲେ, ଯେଉଁଥିପାଇଁ ଇଂଲଣ୍ଡ ଦଳ ମାତ୍ର ୯୩ ରନ ହିଁ କରିବାକୁ ସକ୍ଷମ ହୋଇଥିଲା । ଯଦିଓ ମାତ୍ର ୩୯ ରନରେ ଅଷ୍ଟ୍ରେଲିଆ ତାର ୬ଟି ୱିକେଟ ହରାଇଥିଲା, କିନ୍ତୁ ପୁଣିଥରେ ବ୍ୟାଟିଂରେ ନିଜର ଦମ୍ ଦେଖାଇଥିଲେ ଗୈରୀ ଗିଲମୌର । ସେ ୨୮ ରନର ଅପରାଜିତ ଇନିଂସ ଖେଳିବା ସହିତ ଡଗ୍ ବାଲ୍ଟର୍ସଙ୍କ ସହ ମିଶି ନିଜ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇପାରିନଥିଲା । 

Subscribe

National International State Sports Entertainment