ପୁଜା ଛୁଟି ପରେ ଖୁବ୍ ଶୀଘ୍ର ଅନ୍ୟ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ୍‌: ମନ୍ତ୍ରୀ ସମୀର ଦାଶ
Khabar Odisha:Schools-to-be-opened-for-other-classes-soon-if-Karonas-condition-improves-Minister-Sameer-Das
ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡ଼ିଶା):

ରାଜ୍ୟରେ କରୋନା ମହାମାରୀ ପାଇଁ କେବଳ ଅଷ୍ଟମ,ନବମ ଓ ଦଶମ ପିଲାଙ୍କ ଅଫଲାଇନ୍ କ୍ଲାସ୍ ଚାଲୁଥିବା ବେଳେ ଅନ୍ୟ କ୍ଲାସ୍ ପାଇଁ ଅତି ଶୀଘ୍ର ସ୍କୁଲ୍ ଖୋଲିବା ନେଇ ମନ୍ତ୍ରୀ ସମୀର ଦାଶ ସୁଚନା ଦେଇଛନ୍ତି ।

 ସେ ଏହା ମଧ୍ୟ କହିଛନ୍ତି ଯେ ଆଶା କରିବା ପୁଜା ଛୁଟି ପରେ ସ୍ଥିତି ଭଲ ହେବ ଏବଂ ଅନ୍ୟ କ୍ଲାସ୍ ପାଇଁ ସ୍କୁଲ୍ ଖୋଲିବ । ଯେଉଁ ପର୍ଯ୍ୟନ୍ତ ସ୍କୁଲ୍ ଖୋଲି ନାହିଁ ସେ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଚାଲିବ । ଛୋଟ ପିଲାମାନେ ଅଧିକ ଫୋନ୍‌ରେ ନିଜକୁ ବ୍ୟସ୍ତ ରଖୁଥିବା ବେଳେ ଏହାକୁ ନେଇ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ମୋବାଇଲ୍ ର ଅପବ୍ୟବହାର ଯେଭଳି ନହୁଏ ଅଭିଭାବକ ମାନେ ସେଥିପ୍ରତି ଧ୍ୟନ ଦେବା ଉଚିତ୍ ।

 ସୁଚନା ଅନୁସାରେ କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ୍ କଲେଜ୍ ଖୋଲୁ ନଥିବା ବେଳେ ଚଳିତ ବର୍ଷ ଅଷ୍ଟମ,ନବମ ଓ ଦଶମ ଣ୍ରେଣୀ ପାଇଁ ସ୍କୁଲ୍ ଖୋଲିଛି ହେଲେ ଅନ୍ୟ ଶ୍ରେଣୀ ମାନଙ୍କରେ ଅନଲାଇନ୍ କ୍ଲାସ୍ ଚାଲିଛି । ଛାତ୍ରଛାତ୍ରୀମାନେ ଅନଲାଇନ୍ ମଧ୍ୟମରେ ନିଜର ଅସୁବିଧାର ସମାଧାନ କରୁଛନ୍ତି ।

  • Tags:

Subscribe

National International State Sports Entertainment