ତାତିରୁ ମିଳିଳା ଆଶ୍ୱସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଭୁବନେଶ୍ୱର, ମେ ୨୨(ଖବର ଓଡିଶା): Share story: ତାତିରୁ ମିଳିଲା ଆଶ୍ୱସ୍ତି । ପ୍ରବଳ ଗରମ ଭିତରେ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱରରେ ବି କାଳବୈଶାଖୀ ବର୍ଷା ହୋଇଛି । ଶନିବାର ମଧ୍ୟ ରାତ୍ରିରେ ଜୋର ଘଡଘଡି ସହ ବର୍ଷା ହୋଇଛି । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଳା ରହିବା ସହିତ ହାଲକା ବର୍ଷା ହେଉଛି । ସେହିପରି ଗତକାଲି ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ହସ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଗାମୀ କିଛି ଦିନ ପର୍ୟ୍ୟନ୍ତ ଏଭଳି ସ୍ଥିତ ଲାଗି ରହିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଦିନ ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ସେହିପରେ ୫ ସହରରେ ତାପମାତ୍ରା ୪୩ଡ଼ିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ୪୪ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ରେକର୍ଡ ହୋଇଛି । ୪୪.୨ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ୩୭.୬ ଓ କଟକରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଖବର ଓଡ଼ିଶା, Reporter, 21/05/2022