ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଜୋର କରିଦେଇଥିବା ବେଳେ ପବିତ୍ର ଶ୍ରୀକ୍ଷେତ୍ରରେ ହିଂସା କାଣ୍ଡ ଦେଖିବାକୁ ମିଳିଛି। ମଧ୍ୟରାତ୍ରୀରେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଲେ ପବିତ୍ର ନାୟକ। ବଳିଆପଣ୍ଡା ଥାନା ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
ତେବେ ପୁଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। ଜଣେ ଅଭିଯୁକ୍ତକୁ ଏନ୍କାଉଣ୍ଟର କରିଛି। ଆହତ ଚନ୍ଦନ ପଲାରକୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି କରାଯାଇଛି। ଅଭିଯୁକ୍ତ ଗିରଫ ହେଲା ପରେ ଘଟଣାକ୍ରମ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ହୋଟେଲ ‘ମନୋରମା’ର ମାଲିକ ପବିତ୍ର ନାୟକଙ୍କ ନିକଟକୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ପହଞ୍ଚି ଥିଲେ। କୌଣସି କାରଣକୁ ନେଇ ଶ୍ରୀ ନାୟକ ଏବଂ ଦୁର୍ବୃତ୍ତମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଦୁର୍ବୃତ୍ତମାନେ ଛୁରୀରେ ଆକ୍ରମଣ କରିଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ହତ୍ୟାଜନିତ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ୍ କରିଛି। ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍ଭିନ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ବିଜେପିର ବୁଥ ସଭାପତିଙ୍କୁ ପିଟିପିଟି ମାରିଦେଲେ; ଜଣେ ଅଟକ