ନୂଆଦିଲ୍ଲୀ: ଭାରତ ନିଜର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଭାରତୀୟ ସମ୍ବିଧାନକୁ ଗ୍ରହଣ କରିବାର ସ୍ମୃତି। ଏହାବ୍ୟତୀତ ଏହି ଗୁରୁତ୍ୱପୂର୍ଣ୍ଣ ଦିନ ଆମକୁ ଭାରତର ଗଣତାନ୍ତ୍ରିକ ଆଦର୍ଶ, ସମୃଦ୍ଧ ଇତିହାସ ଏବଂ ଏହାର ବିବିଧ ଜନସଂଖ୍ୟାକୁ ବାନ୍ଧି ରଖିଥିବା ଏକତାକୁ ମନେ ପକାଇଦିଏ। ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଦେଶରେ ଭବ୍ୟ ଉତ୍ସବ, ଭବ୍ୟ ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ପରେଡ୍ ଅନୁଷ୍ଠିତ ହେବ। ପରେଡରେ ଭାରତର ସଫଳତା ଓ ପ୍ରଗତିକୁ ପ୍ରଦର୍ଶିତ କରାଯିବ, ଯେଉଁଥିରେ ରାଷ୍ଟ୍ରପତି ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବେ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୦ଟା ୫ରେ ଇଣ୍ଡିଆ ଗେଟ୍ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ’ଏକ୍ସ’ରେ ଟୁଇଟ୍ କରି କହିଛନ୍ତି, ଆଜି ଆମେ ଆମର ଗୌରବମୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ପାଳନ କରୁଛୁ। ଏହି ଅବସରରେ ଆମେ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଉଛୁ, ଯେଉଁମାନେ ଆମସମ୍ବିଧାନ ତିଆରି କରିଛନ୍ତି ଏବଂ ଆମର ବିକାଶ ଯାତ୍ରା ଗଣତନ୍ତ୍ର, ଗୌରବ ଏବଂ ଏକତା ଉପରେ ଆଧାରିତ ବୋଲି ସୁନିଶ୍ଚିତ କରିଛନ୍ତି । ଏହି ଜାତୀୟ ପର୍ବ ଆମ ସମ୍ବିଧାନର ମୂଲ୍ୟବୋଧକୁ ସୁରକ୍ଷିତ ରଖନ୍ତୁ ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ଆମର ପ୍ରୟାସକୁ ସୁଦୃଢ଼ କରନ୍ତୁ।