ନୂଆଦିଲ୍ଲୀ: ଭାରତ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶର ଜନତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥ ନିଜର ସାମରିକ ଶକ୍ତି ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରାଯାଉଛି। ଜାନୁଆରୀ ୨୬ରେ ଦେଶ ସମ୍ବିଧାନ ପ୍ରଣୟନର 'ପ୍ଲାଟିନମ୍ ଜୁବିଲି' ପାଳନ କରୁଛି। ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ନୋ ୧୯୫୦ ମସିହାରେ ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଡୋନେସିଆର ୩୫୨ ଜଣିଆ ଶୋଭାଯାତ୍ରା ଓ ବ୍ୟାଣ୍ଡ୍ ଦଳ ମଧ୍ୟ ଏହି ପରେଡ୍ ଅଂଶଗ୍ରହଣ କରିଛନ୍ତି। ଏଥରର ବିଷୟବସ୍ତୁ ହେଉଛି 'ସ୍ୱର୍ଣ୍ଣିମ ଭାରତ: ଐତିହ୍ୟ ଓ ବିକାଶ'। ପରେଡରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ଏବଂ କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ଓ ସଂଗଠନର ୧୫ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେଉଛି।
ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପ୍ୟାରେଡରେ ଯୋଗଦେବା ପାଇଁ ଭାରତ ସରକାର ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାର 'ସ୍ୱତନ୍ତ୍ର ଅତିଥି'ଙ୍କୁ ନିମନ୍ତ୍ରଣ କରିଛନ୍ତି। ଏମାନଙ୍କ ମଧ୍ୟରେ 'ବିପର୍ଯ୍ୟୟ ମିତ୍ର', ଆଶା କର୍ମୀ, ପିଏମ୍ ସମ୍ମାନ ନିଧିର ହିତାଧିକାରୀ ଏବଂ ଅନ୍ୟମାନେ ଅଛନ୍ତି ଯେଉଁମାନେ ଦୁର୍ଘଟଣା ସମୟରେ ଏବଂ ସାଧାରଣ ସମୟରେ ମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି।
ବ୍ରହ୍ମୋସ୍, ପିନାକା ଓ ଆକାଶ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥାକୁ ପ୍ରଦର୍ଶିତ ହେଉଛି। ଏହାବ୍ୟତୀତ ସେନାର ଯୁଦ୍ଧ ନିରୀକ୍ଷଣ ବ୍ୟବସ୍ଥା 'ସଞ୍ଜୟ' ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର 'ପ୍ରଳୟ'କୁ ପ୍ରଥମ ଥର ପାଇଁ ପ୍ୟାରେଡ୍ରେ ସାମିଲ କରାଯାଇଛି।
ଏହି ପରେଡ୍ରେ ଟି-୯୦ 'ଭୀଷ୍ମ' ଟ୍ୟାଙ୍କ, ଶରତ (ପଦାତିକ ଯାନ ବିଏମ୍ପି-୨), 'ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମ୍' ୧୦ ମିଟର, ନାଗ ମିସାଇଲ୍ ସିଷ୍ଟମ୍, ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର ସିଷ୍ଟମ୍ 'ଅଗ୍ନିବାନ୍' ଏବଂ 'ବଜରଙ୍ଗ' (ଲାଇଟ୍ ସ୍ପେସିଫିକ୍ ଭେଇକିଲ୍) ମଧ୍ୟ ସାମିଲ ହୋଇଛି। ଏହି ପ୍ୟାରେଡରେ ତିନି ସେନା (ସ୍ଥଳସେନା, ବାୟୁସେନା, ନୌସେନା)ର ଅନ୍ୟ କେତେକ ପ୍ରଥମ ଥର ପାଇଁ ଟ୍ୟାଙ୍କୋର୍ସ ମଧ୍ୟ ଦେଖିବାକୁ ମିଳିବ, ଯେଉଁଥିରେ ସଶସ୍ତ୍ର ବାହିନୀ ମଧ୍ୟରେ ସମନ୍ୱୟକୁ ପ୍ରଦର୍ଶିତ ହେଉଛି।
ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ସହରରେ ୭୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଏବଂ ୭୦ ହଜାରରୁ ଅଧିକ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। କେବଳ ଦିଲ୍ଲୀ ଜିଲ୍ଲାରେ ୧୫ ହଜାର ସୁରକ୍ଷା କର୍ମୀମୁତୟନ ସହ ୬ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।