ପ୍ରୟାଗରାଜ: ମହାକୁମ୍ଭ ସମୟରେ ପ୍ରୟାଗରାଜ ବିମାନବନ୍ଦରରୁ ୬ଟି ନୂଆ ସହରକୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ପ୍ରୟାଗରାଜରୁ ୭ଟି ବିମାନ ଚଳାଚଳ ଆରମ୍ଭ କରିବାକୁ ବିମାନ ଚଳାଚଳ କମ୍ପାନୀ ଆଲାଏନ୍ସ ଏୟାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ପ୍ରସ୍ତାବ ପଠାଇଛି। ଏହି ପ୍ରସ୍ତାବରେ ୬ଟି ସହର ରହିଛି ଯେଉଁଠି ବର୍ତ୍ତମାନ ପ୍ରୟାଗରାଜରୁ ଉଡ଼ାଣ କରିବାର ସୁବିଧା ନାହିଁ।
ଏୟାରଲାଇନ୍ସର ପ୍ରସ୍ତାବ ଅନୁଯାୟୀ ପ୍ରୟାଗରାଜରୁ ଚଣ୍ଡିଗଡ଼, ଜୟପୁର, କୋଲକାତା, ଗୁଆହାଟୀ, ଜବଲପୁର, ଡେରାଡୁନ ଓ ଭୁବନେଶ୍ୱରକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ। ସେଥିମଧ୍ୟରୁ ପ୍ରୟାଗରାଜ ବିମାନବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା ଉପଲବ୍ଧ ରହିଛି। ପ୍ରୟାଗରାଜ ବିମାନ ବନ୍ଦର ପ୍ରଶାସନ ଏହି ବିମାନଚଳାଚଳ ପାଇଁ ଅନୁମତି ଦେଇଛି।
ଏବେ ଡିଜିସିଏଅନୁମତି ମିଳିବା ମାତ୍ରେ ବିମାନଚଳାଚଳ ଆରମ୍ଭ ହେବ। ଜାନୁଆରିମାସରୁ ଏହି ସୁବିଧା ଆରମ୍ଭ ହେବ। ବର୍ତ୍ତମାନ ଏଠାରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ବିଳାସପୁର, ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ଭୁବନେଶ୍ୱରକୁ ବିମାନ ସେବା ଉପଲବ୍ଧ ରହିଛି। ଯେତେବେଳେ ଛଅଟି ନୂଆ ସହର ପାଇଁ ବିମାନ ଚଳାଚଳ ଆରମ୍ଭ ହେବ, ସେତେବେଳେ ବିମାନ ସଂଖ୍ୟା ୧୪ (ସହର ପାଇଁ) ହେବ।
ପ୍ରୟାଗରାଜ ବିମାନବନ୍ଦରରୁ ୧୫ଟି ସହରକୁ ବିମାନ ସେବା ବର୍ଷେ ପୂର୍ବରୁ ଉପଲବ୍ଧ ହେଉଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ମାତ୍ର ୮ଟି ସହରକୁ ହ୍ରାସ ପାଇଛି। ତେବେ ମହାକୁମ୍ଭ ସମୟରେ ୨୨ଟି ସହରରେ ବିମାନ ଚଳାଚଳ ପାଇଁ ଯୋଜନା ରହିଛି। ଯାହା ଫଳରେ ପ୍ରୟାଗରାଜକୁ ବିମାନ ସେବା ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନସହ ସଂଯୋଗ କରାଯିବ।
ପ୍ରୟାଗରାଜରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ
-ଗୌହାଟୀ-ପ୍ରୟାଗରାଜ-କୋଲକାତା: ପ୍ରତି ଶୁକ୍ରବାର
-କୋଲକାତା-ପ୍ରୟାଗରାଜ-ଗୌହାଟୀ: ପ୍ରତି ରବିବାର
-ଦିଲ୍ଲୀ-ପ୍ରୟାଗରାଜ-ଜୟପୁର: ପ୍ରତି ରବିବାର
-ଜୟପୁର-ପ୍ରୟାଗରାଜ-ଦିଲ୍ଲୀ: ପ୍ରତି ଶୁକ୍ରବାର
-ଚଣ୍ଡିଗଡ଼-ପ୍ରୟାଗରାଜ-ଦିଲ୍ଲୀ: ପ୍ରତି ସୋମବାର
-ଦିଲ୍ଲୀ-ପ୍ରୟାଗରାଜ-ଚଣ୍ଡିଗଡ଼: ପ୍ରତି ବୁଧବାର
-ଜବଲପୁର-ପ୍ରୟାଗରାଜ-ଦିଲ୍ଲୀ: ପ୍ରତି ଶନିବାର
-ଦିଲ୍ଲୀ-ପ୍ରୟାଗରାଜ-ଜବଲପୁର: ପ୍ରତି ସୋମବାର
-ଭୁବନେଶ୍ଵର-ପ୍ରୟାଗରାଜ-କୋଲକାତା: ପ୍ରତି ବୁଧବାର
-କୋଲକାତା-ପ୍ରୟାଗରାଜ-ଭୁବନେଶ୍ୱର: ପ୍ରତି ଶୁକ୍ରବାର
-କୋଲକାତା-ପ୍ରୟାଗରାଜ-କୋଲକାତା: ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର
-ଦିଲ୍ଲୀ-ପ୍ରୟାଗରାଜ-ଡେରାଡୁନ: ପ୍ରତି ମଙ୍ଗଳବାର
-ଡେରାଡୁନ-ପ୍ରୟାଗରାଜ-ଦିଲ୍ଲୀ: ପ୍ରତି ରବିବାର
ଅଧିକ ପଢ଼ନ୍ତୁ: ସମ୍ଭଲରେ ଡିସେମ୍ବର ୧୦ ଯାଏଁ ବାହାର ଲୋକଙ୍କ ପାଇଁ କଟକଣା