ବିଶାଖାପାଟଣା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବୁଧବାର (ନଭେମ୍ବର ୨୭, ୨୦୨୪) ମହମ୍ମଦ ୟୁନୁସ ସରକାରଙ୍କୁ ମନେ ପକାଇ ଦେଇଛନ୍ତି ଯେ କିପରି ଭାରତୀୟ ସୈନିକମାନେ ବାଂଲାଦେଶ ଗଠନରେ ବଳିଦାନ ଦେଇଥିଲେ। ସେ କହିଛନ୍ତି ଯେ ବାଂଲାଦେଶ ଗଠନ ପାଇଁ ଭାରତୀୟ ଯବାନମାନେ ନିଜ ଜୀବନବଳି ଦେଇଥିଲେ ଏବଂ ଆଜି ସେଠାରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି । ନିକଟରେ ହୋଇଥିବା ବିଦ୍ରୋହ ପରଠାରୁ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହୋଇଛି। ଇସ୍କନ ମନ୍ଦିରର ପୂଜକ ଚିନ୍ମୟ କୃଷ୍ଣ ଦାସଗିରଫ ହେବା ପରେ ଏବେ ଆକ୍ରମଣ ବଢ଼ିଛି।
ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ପବନ କଲ୍ୟାଣ ତୀବ୍ର ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଏକ ପୋଷ୍ଟ କରିଛନ୍ତି । ଆସନ୍ତୁ ସମସ୍ତେ ଏକାଠି ହୋଇ ବାଂଲାଦେଶର ଇସ୍କନ ମନ୍ଦିରର ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା। ଆମେ ବାଂଲାଦେଶର ମହମ୍ମଦ ୟୁନୁସ ସରକାରଙ୍କୁ ଅନୁରୋଧ କରୁଛୁ ଯେ ସେଠାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ କରନ୍ତୁ।
ସେ ଆହୁରି ମଧ୍ୟ ଲେଖିଛନ୍ତି, 'ବାଂଲାଦେଶ ଗଠନରେ ଭାରତୀୟ ସେନାର ସୈନିକମାନେ ଯୋଗଦାନ ଦେଇଥିଲେ, ଆମର ସମ୍ବଳବ୍ୟବହାର କରାଯାଇଥିଲା ଏବଂ ଭାରତୀୟ ସୈନିକମାନେ ସେମାନଙ୍କର ରକ୍ତ ବହନ କରିଥିଲେ। ସେଠାରେ ଆମ ର ହିନ୍ଦୁ ଭାଇ ଭଉଣୀମାନଙ୍କୁ ଯେଉଁଭଳି ଭାବେ ଟାର୍ଗେଟ କରାଯାଉଛି ସେଥିରେ ଆମେ ବ୍ୟଥିତ।
ଚିନ୍ମୟ କୃଷ୍ଣ ଦାସ ସୋମବାର ଢାକାରୁ ଚିଟଗାଓଁ ଯାଉଥିବା ବେଳେ ଗିରଫ ହୋଇଥିଲେ। ଏହାକୁ ନେଇ ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି ଏବଂ ଶହ ଶହ ଲୋକ ବାଂଲାଦେଶୀ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଚିନ୍ମୟ କୃଷ୍ଣ ଦାସ ସର୍ବଦା ବାଂଲାଦେଶର ହିନ୍ଦୁମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରି ଆସୁଛନ୍ତି ଏବଂ ସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ସେ ସରକାରଙ୍କ ବିରୋଧରେ କହିବା ସହ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୩୦ତାରିଖରେ ଚିନ୍ମୟ କୃଷ୍ଣ ଦାସଙ୍କ ସମେତ ୧୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ହିନ୍ଦୁ ସମ୍ପ୍ରଦାୟର ଏକ ରାଲିରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ ଦାବି