ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଭାରତର ଏହି କାର୍ଯ୍ୟରେ ବିଚଳିତ ପାକିସ୍ତାନ ମଧ୍ୟ ନିଜର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତର ଅନେକ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ସମସ୍ତ ଆକ୍ରମଣକୁ ବିଫଳ କରିଥିଲା।
ଭାରତ ପାକିସ୍ତାନର ୧୧ଟି ବାୟୁସେନା ବିମାନଘାଟିକୁ ଟାର୍ଗେଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା। ଯଦିଓ ପାକିସ୍ତାନ ନିର୍ଲଜ୍ଜ ଭାବରେ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ବାରମ୍ବାର ମିଛ କହୁଛି। ଭାରତ ଏହାର ସମସ୍ତ ପ୍ରମାଣ ଉପସ୍ଥାପନ କରିଛି। ପାକିସ୍ତାନରୁ ଏପରି ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ସେମାନେ ନିଜେ ଆକ୍ରମଣ ସ୍ୱୀକାର କରିଛନ୍ତି।
ଜଣେ ପାକିସ୍ତାନୀ ସିନେଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଭାରତୀୟ ବାୟୁସେନା କେବଳ ପାକିସ୍ତାନରେ ପ୍ରବେଶ କରିନଥିଲା। ପାକିସ୍ତାନର ବିମାନଘାଟିକୁ ଟାର୍ଗେଟ କରି ଧ୍ୱଂସ କରିଥିଲା।
ଭାଇରାଲ ଭିଡିଓରେ, ପାକିସ୍ତାନୀ ସେନେଟର କହିଛନ୍ତି, ଭାରତ ଚକଲାଲା ବିମାନଘାଟି ପର୍ଯ୍ୟନ୍ତ ଆସି ଆକ୍ରମଣ କରିଛି। ଆମର ସେନାର ଜିଏଚ୍କ୍ୟୁ ଏହା ନିକଟରେ ଥିଲା। କେହି ପଚାରୁଛନ୍ତି ନାହିଁ ଯେ ଭାରତ ଏତେ ଭିତରକୁ କିପରି ପଶିଗଲା।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ସାହାଯ୍ୟ କରୁଥିବା ଦେଶକୁ ମନେ ପକାଇ ଦେଲା