ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ବିବାଦରେ ଆଜରବୈଜାନର ପାକିସ୍ତାନକୁ ସମର୍ଥନ କୌଣସି ନୂଆ କଥା ନୁହେଁ। କିନ୍ତୁ ଏଥର ଆଜରବୈଜାନ ଯେତେବେଳେ ବିରୋଧୀ ମନୋଭାବ ଗ୍ରହଣ କଲା, ଭାରତକୁ ଏହାର କୌଣସି ଜବାବ ଦେବାର ଆବଶ୍ୟକତା ନାହିଁ। ମାତ୍ର ଏହାର ସହଯୋଗୀ ଇରାନ ଏପରି ଏକ ବାର୍ତ୍ତା ଦେଇଛି, ଯାହା ଯୋଗୁଁ ଆଜରବୈଜାନର ରଣନୈତିକ ସ୍ଥିତି ଦୋହଲିବା ଆରମ୍ଭ ହୋଇଯାଇଛି।
ଇରାନ ଏହାର ବୈଦେଶିକ ନୀତିରେ ସ୍ପଷ୍ଟ କରିଛି ଯେ ସୀମାରେ କୌଣସି ପରିବର୍ତ୍ତନ ଗ୍ରହଣ କରାଯିବ ନାହିଁ, ଯାହା କାରଣରୁ ଆଜରବୈଜାନ ଏବଂ ତୁର୍କୀର ଯୋଜନା ଭାଙ୍ଗି ପଡ଼ିବା ପରି ମନେ ହେଉଛି। ଆର୍ମେନିଆର ଭୌଗୋଳିକ ଗଠନକୁ ଆଜରବୈଜାନ ଏବଂ ତୁର୍କୀ ପରିବର୍ତ୍ତନ କରିବାକୁ ଚାହୁଁଥିଲେ।
ଇରାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆର୍ମେନିଆର ରାଜଧାନୀ ୟେରେଭାନ ଗସ୍ତ ବିଶ୍ୱ ସ୍ତରରେ ଏକ ବଡ଼ ବାର୍ତ୍ତା ଦେଇଛି। ସେ ଆର୍ମେନିଆ ସହିତ ସୀମାର ରଣନୈତିକ ସ୍ଥିରତା ଏବଂ ସୁରକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଇରାନ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମର ଉତ୍ତର ସୀମାର ସ୍ଥିରତା ପାଇଁ କକେସସ ଅଞ୍ଚଳର ସ୍ଥିରତା ଅତ୍ୟନ୍ତ ଜରୁରୀ। ଇରାନ ଏହା ମଧ୍ୟ କହିଛି ଯେ ଏକ ମୁସଲିମ ବହୁଳ ଦେଶ ହେବା ସତ୍ତ୍ୱେ, ଏହା କେବଳ ଧର୍ମ ଆଧାରରେ ଏହାର ବୈଦେଶିକ ନୀତି ପରିଚାଳନା କରେ ନାହିଁ। ଐତିହାସିକ, ସାଂସ୍କୃତିକ ଏବଂ କୂଟନୈତିକ ସମ୍ପର୍କକୁ ପ୍ରାଥମିକତା ଦିଏ।
୨୦୨୦ ମସିହାରେ ଆର୍ମେନିଆ ଉପରେ ଆଜରବୈଜାନ ନାଗୋର୍ନୋ-କାରାବାଖ ଯୁଦ୍ଧରେ ବିଜୟୀ ହୋଇଥିଲା ଏବଂ ସେବେଠାରୁ ଆକ୍ରମଣାତ୍ମକ ରହିଛି, କିନ୍ତୁ ଇରାନର ସ୍ପଷ୍ଟ ଆଭିମୁଖ୍ୟ ଆଜରବେଜାନର ଯୋଜନାକୁ ପଣ୍ଡ କରିଦେଇଛି। ଆଜରବାଇଜାନ ଏବଂ ତୁର୍କୀ ମିଳିତ ଭାବରେ ଦକ୍ଷିଣରୁ ଆର୍ମେନିଆକୁ ବିଚ୍ଛିନ୍ନ କରି ନାଖିଚେଭାନ ଅଞ୍ଚଳକୁ ମିଶାଇବା ପାଇଁ ଏକ ରଣନୀତି ଯୋଜନା କରୁଥିଲେ। ଏ ସମ୍ପର୍କରେ ଇରାନ 'ଭୂ-ରାଜନୈତିକ ପୁନଃମ୍ୟାପିଂ' ଉପରେ ଦୃଢ଼ ଆପତ୍ତି ଉଠାଇଛି।
ଇରାନ ସ୍ପଷ୍ଟ କରିଥିଲା ଯେ ସୀମା ବିବାଦ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବ। କୌଣସି ଦେଶକୁ ଧମକ ଦେବାକୁ କିମ୍ବା ମାନଚିତ୍ର ପରିବର୍ତ୍ତନ କରିବାକୁ ଅନୁମତି ଦିଆଯିବ ନାହିଁ। ଆମେ ଆର୍ମେନିଆକୁ ଏମିତି ଏକା ଛାଡିବୁ ନାହିଁ। ଏହି ବିବୃତ୍ତି ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଅନୁକୂଳ ମନେ କରାଯାଉଛି। କାରଣ ଆଜରବୈଇଜାନର ପାକିସ୍ତାନ-ସମର୍ଥକ ମନୋଭାବର ଜବାବ ଏହାର ସହଯୋଗୀର କୂଟନୈତିକ ପରାଜୟ ଦ୍ୱାରା ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ମହାକାଶକୁ ୩ଟି ମାନବବିହୀନ ମିଶନ ଯୋଜନା