ନୂଆଦିଲ୍ଲୀ: ଆଜି ଦେଶରେ ଆଜି ୬ଷ୍ଠ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାତାଙ୍କୁ ମତଦାନ ସାବ୍ୟସ୍ତ କରିବା ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି, ଦେଶର ଜନତା ବିପୁଳ ସଂଖ୍ୟାରେ ମତଦାନ କରନ୍ତୁ । ପ୍ରତ୍ୟେକ ଭୋଟ୍ର ମୂଲ୍ୟ ରହିଛି । ଏଥି ପାଇଁ ନିଶ୍ଚିତ ଭାବେ ମତଦାନ କରନ୍ତୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ର ସେତେବେଳେ ମଜବୁତ ହୋଇଥାଏ, ଯେତେବେଳେ ଲୋକେ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ଓ ସକ୍ରିୟ ରହିବେ । ବିଶେଷ ଭାବେ ମହିଳା ଓ ଯୁବ ଭୋଟର ବିପୁଳ ସଂଖ୍ୟାରେ ସାମିଲ ହେବେ ବୋଲି ଆଶା କରୁଛି ।
ଉତ୍ତରପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ବିହାରର ୮ଟି, ପଶ୍ଜମବଙ୍ଗର ୮ଟି, ଦିଲ୍ଲୀର ସମସ୍ତ ୭ଟି, ଓଡ଼ିଶାର ୬ଟି, ଝାଡ଼ଖଣ୍ଡର ୪ଟି ଓ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ।