ବଜ୍ରାଘାତରେ ବୃଦ୍ଧାଙ୍କ ମୃତ୍ୟୁ
Khabar Odisha:Old-woman-dies-in-thunderstorm-in-Mayurbhanj
ମୟୂରଂଭଜ, ଅଗଷ୍ଟ ୦୯ (ଖବର ଓଡ଼ିଶା):

ବଜ୍ରାଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଂଭଜ ଜିଲ୍ଲା କପ୍ତିପଦା ଥାନା ଅର୍ନ୍ତଗତ ବଡ଼ଖଲାଡ଼ି ପଞ୍ଚାୟତର ମେଣ୍ଢାକଚା ଗ୍ରାମରେ । ମୃତ ବୃଦ୍ଧା ଜଣକ ହେଉଛନ୍ତି ସଜନୀ ଖାଲପାଳିଆ । ସୂଚନାନୁସାରେ, ସଜନୀ ବିଲରେ କାମ ସାରି ନିଜ ଘରକୁ ଫେରୁଥିଲେ ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ଏହି ବଜ୍ରାଘାତରେ ସଜନୀ ସଂଜ୍ଞାହିନ ଅବସ୍ଥାରେ ବିଲରେ ପଡି ରହିଥିଲେ । ପରେ ପରିବାର ଲୋକେ ଘଟଣା ବାବଦରେ ଜାଣି ପାରି ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  • Tags:

Subscribe

National International State Sports Entertainment