ଭାରତରେ ମାଡ଼ି ଚାଲିଛି କରୋନା : ୨୪ ଘଣ୍ଟାରେ ପୁଣି ପ୍ରାୟ ୧୯ ହଜାର ଆକ୍ରାନ୍ତ ଚିହ୍ନଟ, ଗଡ଼ିଲା ୫୦୭ ମୁଣ୍ଡ
Khabar Odisha:National-18-k-500-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁଲାଇ 1 (ଖବର ଓଡ଼ିଶା):

 ଭାରତରେ ବଢୁଛି କରୋନା ପ୍ରଭାବ।  ପ୍ରତିଦିନ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୧୮ ହଜାର ୬୫୩ ଆକ୍ରାନ୍ତ ଚିହ୍ନଟ କରାଯାଇଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ୪୦୦ ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଦେଶରେ ପ୍ରତିଦିନ ୧୮ ହଜାର ,୧୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ଥିତି ବେକାବୁ ହେଉଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩  ନୂଆ ମାମଲା ସାମନାକୁ ଆସିଛି।  ଏହା ସହ ୫୦୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ୪୯୩ ରେ ପହଂଚିଛି ।  ଭାରତରେ ୧୭ ହଜାର ୪୦୦ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୩ଲକ୍ଷ ୪୭ ହଜାର ୯୭୯ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୦ ହଜାର ୧୧୪ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୨୦ ହଜାର ୧୧୪ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

  • Tags:

Subscribe

National International State Sports Entertainment