ଦେଶରେ ଗମ୍ଭୀର ହେଉଛି କରୋନାସ୍ଥିତି : ଦିନକରେ ପୁଣି ୧୯ ହଜାର ୧୪୮ ସଂକ୍ରମିତ ଚିହ୍ନଟ, ଗଲାଣି ୪୩୪ ମୁଣ୍ଡ
Khabar Odisha:National--number-of-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁଲାଇ ୨(ଖବର ଓଡ଼ିଶା):

 ଭାରତରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ  ବୃଦ୍ଧି ପାଇ ୬ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ୮୦୦ ପାର ହୋଇଛି  । ଦିନକୁ ଦିନ ଦେଶରେ ସ୍ଥିତି ଗମ୍ଭୀର ହେଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଦେଶରେ ପ୍ରତିଦିନ ପ୍ରାୟ ୧୮,୧୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ନୂଆ ମାମଲା ସାମନାକୁ ଆସିଛି ।  ଏହା ସହ ୪୩୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୪ ହଜାର ୬୪୧ ରେ ପହଂଚିଛି ।  ଭାରତରେ ୧୭ ହଜାର ୮୩୪ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୩ଲକ୍ଷ ୫୯ ହଜାର ୮୬୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୬ ହଜାର ୯୪୭ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୨୬ ହଜାର ୯୪୭ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ମହାରାଷ୍ଟ୍ରରେ କରୋନା ପ୍ରଭାବ ଅଧିକ ରହିଛି।  ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୮୦ ହଜାର ଟପିଲାଣି ଓ ମୃତ୍ୟୁ ସଂଖ୍ୟା ୮ ହଜାରରୁ ଅଧିକ ହୋଇଛି ।

  • Tags:

Subscribe

National International State Sports Entertainment