ମୋଦୀ ସରକାରଙ୍କ ବଡ଼ ଉପହାର: ଏଲପିଜି ଗ୍ୟାସ ସିଲିଣ୍ଡରରେ ମିଳିବ ୨ ଗୁଣ ସବସିଡି
Khabar Odisha:Nation-Prime-Minister-Narendra-Modi-government-increase-lpg-gas-subsidy-to-291-rupees

ନୂଆଦିଲ୍ଲୀ, ଫେବୃଆରୀ ୧୪ (ଖବର ଓଡ଼ିଶା): ରୋଷେଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ବିରୋଧୀଙ୍କ ଦ୍ୱାରା ଟାର୍ଗେଟର ଶିକାର ହୋଇଥିବା ମୋଦୀ ସରକାର ଘରୋଇ ଏଲପିଜି ଗ୍ୟାସ ଉପଭୋକ୍ତାଙ୍କୁ ବଡ଼ ଉପହାର ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଦିଆଯାଉଥିବା ଗ୍ୟାସ ସବସିଡିକୁ ପାଖାପାଖି ୨ ଗୁଣ କରିଦେଇଛନ୍ତି । ଜାତୀୟଗଣମାଧ୍ୟମକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଗୁରୁବାର ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ଏଥି ସହ ଗ୍ୟାସ ଦର ବୃଦ୍ଧିର କାରଣ ମଧ୍ୟ ବୟାନରେ କୁହାଯାଇଛି ।  

ପେଟ୍ରୋଲିୟମ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୪.୨ କିଲୋର ସିଲିଣ୍ଡର ଉପରେ ୧୫୩.୮୬ ଟଙ୍କା ସବସିଡି ମିଳୁଥିଲା । ଏହାକୁ ବଢ଼ାଇ ଦିଆଯାଇଛି । ଏଲପିଜି ଉପଭୋକ୍ତାମାନେ ଏବେ ୨୯୧.୪୮ ଟଙ୍କା ସବସିଡି ପାଇବେ । ଏହି ଭଳି ଭାବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ବଣ୍ଟା ଯାଇଥିବା ଗ୍ୟାସରେ ଯାହାକି ୧୭୪.୮୬ ଟଙ୍କା ସବସିଡି ମିଳୁଥିଲା, ତାହାକୁ ଏବେ ୩୧୨.୪୮ଟଙ୍କା କରି ଦିଆଯାଇଛି । 

ସୂଚନାଯୋଗ୍ୟ ଦିଲ୍ଲୀରେ ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ୧୪.୨ କିଲୋ ସିଲିଣ୍ଡର ଦର ୧୪୪.୫୦ ଟଙ୍କା ବୃଦ୍ଧି କରାଯାଇଛି । ସେହିଭଳି ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦର ୭୧୪ଟଙ୍କାରୁ ବଢ଼ାଇ ୮୫୮ ଟଙ୍କା କରି ଦିଆଯାଇଛି । 

 

  • Tags:

Subscribe

National International State Sports Entertainment