ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ଏକ ଲକ୍ଷ କୋଟି ଟଙ୍କାର ଉପହାର, ମିଳିବ ଫସଲର ଉଚିତ ମୂଲ୍ୟ
Khabar Odisha:Nation-PM-Modi-to-launch-agricultural-infrastructure-fund-of-Rs-1-lakh-crore-for-farmers

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନ ୧୧ଟାରେ ଭିଡିଓ ବାର୍ତ୍ତା ଜରିଆରେ ଚାଷୀଙ୍କୁ ଏକ ଲକ୍ଷ କୋଟି ଟଙ୍କାର ଉପହାର ଦେବାକୁ ଘୋଷଣା କରିବାକୁ ଯାଉଛନ୍ତି । ଚାଷ ଭିତ୍ତିଭୂମି ପାଣ୍ଠି ଅଧିନରେ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ଏହି ଯୋଜନା କରାଯାଉଛି । 

ପ୍ରଧାନମନ୍ତ୍ରୀ ମୋଦୀ ପିଏମ-କିଷନା ଯୋଜନାରେ ୮.୫ କୋଟି ଚାଷୀଙ୍କୁ ୧୭ ହଜାର କୋଟି ଟଙ୍କାର ୬ଷ୍ଠ କିସ୍ତି ଜାରି କରିବେ । ଦେଶବ୍ୟାପୀ ଲକ୍ଷାଧିକ ଚାଷୀ, ସହକାରୀ ସମିତି ଏବଂ ନାଗରିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କେନ୍ଦ୍ର କୃଷି ଏବଂ ଚାଷୀ କଲ୍ୟାଣ ମନ୍ତ୍ରୀ ନନ୍ଦ୍ରେ ସିଂହ ତୋମାର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । 

କେନ୍ଦ୍ର ମନ୍ତ୍ରିମଣ୍ଡଳ ୧ ଲକ୍ଷ କୋଟି ଟଙ୍କାର ‘କୃଷି ଅବସରଂଚନା କୋଷ’ ବଳରେ ଫାଇନାନ୍ସର ସୁବିଧାକୁ ମଂଜୁରୀ ଦେଇଛନ୍ତି । ଏହି ପାଣ୍ଠି ପରେ ଫସଲ ଭଲ ପରିଚାଳନା ଲାଗି ଭିତ୍ତିଭୂମି ଏବଂ ଶୀଳତଭଣ୍ଡାର, କଲେକଶନ କେନ୍ଦ୍ର, ପ୍ରୋସେସିଂ ୟୁନିଟ ନିର୍ମାଣରେ ସାହାଯ୍ୟ କରିବ । ଏହି ସୁବିଧା ଆରମ୍ଭ ହୋଇଯିବା ପରେ ଚାଷୀଙ୍କୁ ଫସଲର ଅସଲ ମୂଲ୍ୟ ମିଳିବ । ଏହି ସୁବିଧା ଉପଲବ୍ଧ ହେଲେ ଚାଷୀମାନେ ସେମାନଙ୍କର ଫସଲକୁ ଷ୍ଟୋର କରି ରଖିପାରିବେ । ଚାଷୀଙ୍କୁ ସହଯୋଗ କରିବା ଲାଗି ୧୧ଟି ବ୍ୟାଙ୍କ ଆଗେଇ ଆସିଛନ୍ତି । 

 

  • Tags:

Subscribe

National International State Sports Entertainment