ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ସାଂସଦ ନଭନୀତ ରାଣା ଓ ବିଧାୟକ ରବି ରାଣା ଆଜି ଦିଲ୍ଲୀରେ ହନୁମାନ ଚାଲିସା ପାଠ କରିବେ । ଉଭୟ ସ୍ୱାମୀ-ସ୍ତ୍ରୀ ପ୍ରାଚୀନ ହନୁମାନ ମନ୍ଦିର ମଧ୍ୟ ଯିବେ । ମହାରାଷ୍ଟ୍ରରୁ ଶକୁନୀ ଓ ଉପଶକୁନୀ ସଂକଟକୁ ଦୂର କରିବା ପାଇଁ ହନୁମାନ ଚାଲିସା ପାଠ କରିବେ ।
ସୂଚନାଯୋଗ୍ୟ, ନିର୍ଦଳୀୟ ସାଂସଦ ନଭନୀତ ରାଣା ଓ ତାଙ୍କର ବିଧାୟକ ପତି ଗତ ଏପ୍ରିଲ ମାସରେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଲିସା ପାଠ କରିବାକୁ ନେଇ ଧମକ ଦେବାରୁ ଶିବସେନାର କର୍ମୀମାନେ ତାଙ୍କ ଘରେ ସାମ୍ନାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ରାଣା ଦମ୍ପତି ନିଜର ନିଷ୍ପତ୍ତି ଫେରାଇ ନେଇଥିଲେ । କିନ୍ତୁ ଏହି ବିବାଦ ନେଇ ରାଣା ଦମ୍ପତିଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା । ନିକଟରେ ସେମାନେ ଜେଲରୁ ବାହାରିଥିଲେ । ଜେଲରୁ ବାହାରିବା ପରେ ସାଂସଦ ରାଣାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେ’ ୪ ତାରିଖରେ ସେମାନଙ୍କର ଜାମିନ ଆବେଦନ ଉପରେ କୋର୍ଟ ନିଜର ରାୟ ଶୁଣାଇଥିଲେ । ସେମାନଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ।