ଜାନୁଆରୀ ୧୯: ଏହି ତାରିଖକୁ ଭୁଲିପାରିବେନି କଶ୍ମୀର ପଣ୍ଡିତ, କାରଣ ଜାଣନ୍ତୁ
Khabar Odisha:Nation-19th-January-the-date-when-lakhs-of-Kashmiri-pundits-were-exile-from-valley

ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): ଜାନୁଆରୀ ୧୯, ଏହା ଏମିତି ଏକ ତାରିଖ ଯେ, କଶ୍ମୀର ପଣ୍ଡିତମାନେ ଶୁଣିଲେ ଭୟଭୀତ ହୋଇଯାଆନ୍ତି । କଶ୍ମୀରରୁ ପଣ୍ଡିତମାନେ ପଳାୟନ କରିବା ୩୦ ବର୍ଷ ବିତିଯାଇଛି । କିନ୍ତୁ ଆଜି ବି ସେମାନେ ଯେତେବେଳେ ଏହି ତାରଖିକୁ ମନେପକାଇଥାନ୍ତି, ଭୟ କରନ୍ତି । ଜାନୁଆରୀ ମାସରେ ଶହ ଶହ କଶ୍ମୀର ପଣ୍ଡିତଙ୍କୁ ନିର୍ଯାତନା ଦେଇ ହତ୍ୟା କରି ଦିଆଯାଇଥିଲା । ଅନେକ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ । 

୧୯୯୦ ଜାନୁଆରୀ ୧୯ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯାତନା ଆଜି ଇତିହାସ ପାଲଟିଯାଇଛି । ଏହି ତାରିଖକୁ କଶ୍ମୀର ପଣ୍ଡିତମାନଙ୍କ ଘରେ ଫରମାନ ଲଗାଇ ଦିଆଯାଇଥିଲା ଯେ, କଶ୍ମୀର ଛାଡ଼ି ଚାଲିଯାଆନ୍ତୁ ନ ହେଲେ ହତ୍ୟା କରାଯିବ । ଏଥି ପାଇଁ ୧୯୯୦ ଜାନୁଆରୀ ୧୯ରେ ସର୍ବାଧିକ ଲୋକ କଶ୍ମୀର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ପାଖାପାଖି ୪ ଲକ୍ଷ ଲୋକଙ୍କୁ ଥଇଥାନ କରାଯାଇଥିଲା । ସେହି ଦିନଠାରୁ କଶ୍ମୀର ପଣ୍ଡିତମାନେ ଦେଶର ବିଭିନ୍ନ ସହରରେ ବସବାସ କରିଆସୁଛନ୍ତି । ସେମାନେ କେବେ ନିଜ ଘରକୁ ଫେରିବେ ତାହା ଜଣା ନାହିଁ, କିନ୍ତୁ ଆଶା ରଖିଛନ୍ତି ନିଜ ଘରକୁ ଫେରିବେ । 

୩୦ ବର୍ଷ ବିତିଯାଇଛି । ମାତ୍ର ସେଦିନର ସେହି ଦୁଃଖକୁ କଶ୍ମୀର ପଣ୍ଡିତମାନେ ଭୁଲିପାରି ନାହାନ୍ତି । ସେମାନେ ଆଜିବି ଘରକୁ ଫେରିବାକୁ ଆଶା ରଖିଛନ୍ତି । ଗୋଟିଏ ପରେ ଗୋଟିଏ ସରକାର ଆସୁଛି । ପ୍ରତିଶ୍ରୁତି ମିଳୁଛି କିନ୍ତୁ ଏହା ପୂରଣ ହୋଇପାରି ନାହିଁ । କଶ୍ମୀର ପଣ୍ଡିତଙ୍କ ପ୍ରକୃତ ଦୁଃଖ କେହି ବୁଝିପାରି ନାହାନ୍ତି । 

 

  • Tags:

Subscribe

National International State Sports Entertainment