ଚେନ୍ନାଇ: ଜାତୀୟ ତଦନ୍ତକାରୀ ଆଜି ଏଜେନ୍ସି ବିଶ୍ୱର ଅନେକ ଦେଶରେ ନିଷିଦ୍ଧ ସଂଗଠନ ହିଜବୁଲ୍ ତାହରିର ସଂଗଠନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ତାମିଲନାଡୁର ୧୧ଟି ହିଜବୁଲ୍ ତାହିର ସ୍ଥାନରେ ଚଢ଼ଉ ଜାରି ରଖିଛି।
ହିଜବୁଲ୍ ତହରିର ସଂଗଠନ ସହ ଜଡ଼ିତ ଲୋକଙ୍କ ବାସଭବନରେ ଏନଆଇଏ ଚଢ଼ାଉ କରିଛି। ନିଷିଦ୍ଧ ସଂଗଠନ ହିଜବୁଲ୍ ତାହିରରେ ଲୋକଙ୍କୁ ନିଯୁକ୍ତି ଦେବା ଅଭିଯୋଗରେ ଚେନ୍ନାଇ ପୁଲିସ ବିଭାଗରେ ମାମଲା ରୁଜୁ ହୋଇଥିଲା।
ଏହି ସଂସ୍ଥା ଲୋକଙ୍କୁ ବ୍ରେନ୍ ୱାସ୍ କରୁଥିବା ଅଭିଯୋଗ ହୋଇଛି। ଏହି ସଂଗଠନ ଯୁବବର୍ଗଙ୍କ ବ୍ରେନ୍ ୱାସ୍ କରି ସେମାନଙ୍କଠାରୁ ଦେଶ ବିରୋଧୀ କାର୍ଯ୍ୟ କଳାପ କରିବା ପାଇଁ କାର୍ଯ୍ୟ କରିଥାଏ।
ସୂଚନାଯୋଗ୍ୟ, ଏହି ସଂଗଠନ ଯୁବକମାନଙ୍କୁ ଜିହାଦ ପାଇଁ ପ୍ରସ୍ତୁତ କରିଥାଏ। ଏଥିସହିତ ଆତଙ୍କବାଦୀଙ୍କୁ ଜୈବିକ ଅସ୍ତ୍ର ତିଆରି ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ ହିଜବୁଲ ତହରିରଙ୍କ ସହ ଜଡ଼ିତ ୧୬ ଜଣଙ୍କୁ ଗିରଫ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ପୁଟିନ ପରମାଣୁ ବୋମା ଆକ୍ରମଣ କଲେ ସୃଷ୍ଟି ହେବ ବଡ଼ ବିପର୍ଯ୍ୟୟ?