କୋଲକାତା: ବହୁଚର୍ଚ୍ଚିତ କୋଲକାତାର ଆରଜି କର ମେଡିକାଲ କଜେଲ ଏବଂ ଡାକ୍ତରଖାନାରେ ଗତ ୮ ତାରିଖ ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ଜାରି ରହିଛି। ଗତ ୨୧ ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିବା ବେଳେ କୋଲକାତାରେ ଏକ ପ୍ରାୟ ୨ ସପ୍ତାହ ହେଲା ମମତା ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଜାରି ଥିବା ଆନ୍ଦୋଳନରେ ରାଜନୈତିକ ଦଳ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ର ମହିଳା ମୋର୍ଚ୍ଚା ଆଜି ମହିଳା ଆୟୋଗଙ୍କୁ ଘେରାଉ କରିବାକୁ ଯାଉଛି। କୋଲକାତା ମାମଲାରେ ପଶ୍ଚିମବଙ୍ଗ ମହିଳା ଆୟୋଗଙ୍କ କଥିତ ନିଷ୍କ୍ରିୟତାକୁ ନେଇ ବିଜେପିର ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଉଛି। ପଶ୍ଚିମବଙ୍ଗ ବିଜେପିର ସଭାପତି ସୁକାନ୍ତ ମଜୁମଦାରଙ୍କ କହିବା ଅନୁସାରେ, ମହିଳା ମୋର୍ଚ୍ଚାର ସଦସ୍ୟମାନେ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ତାଲା ଲଗାଇବାକୁ ଯାଉଛନ୍ତି।
ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ଅଗଷ୍ଟ ୩୦ ତାରିଖରେ ତୃଣମୂଳ କଂଗ୍ରେସର ସମର୍ଥକ ଛାତ୍ରମାନେ ପ୍ରଦର୍ଶନ କରିବେ। ଦଳ ଅଗଷ୍ଟ ୩୧ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ସେପ୍ଟେମ୍ବର ୧ ତାରିଖରେ ତୃଣମୂଳ କଂଗ୍ରେସ ମହିଳା ମୋର୍ଚ୍ଚା ପ୍ରଦର୍ଶନ କରିବେ।
ଅଧିକ ପଢ଼ନ୍ତୁ: ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ମାମଲା: ଚେତନ ପାଟିଲ ଗିରଫ