ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦୁର୍ଗସ୍ଥିତ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ପୁଲିସ ଠିକାଦାର ତଥା ଆର୍କିଟେକ୍ଟ ଜୟଦୀପ ଆପ୍ଟେ ଏବଂ ଷ୍ଟ୍ରକ୍ଚରାଲ କନସଲଟାଣ୍ଟ ଚେତନ ପାଟିଲଙ୍କୁ ଅଭିଯୁକ୍ତ କରିଥିଲା। ଅଭିଯୁକ୍ତ ଚେତନ ପାଟିଲଙ୍କୁ ଗୁରୁବାର ରାତି ୩ଟାରେ କୋହ୍ଲାପୁର ପୁଲିସ ଗିରଫ କରିଛି। କୋହ୍ଲାପୁର ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତି ଢଳିପଡ଼ିବାକୁ ନେଇ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗରେ ଠିକାଦାର ଓ ଆର୍ଟିସରି କଂପାନୀର ମାଲିକ ଜୟଦୀପ ଆପଟେ ଏବଂ ଷ୍ଟ୍ରକଚରାଲ କନସଲଣ୍ଟାଣ୍ଟ ଡାକ୍ତର ଚେତନ ପାଟିଲଙ୍କ ଅବହେଳା ଏବଂ ନିମ୍ନମାନର କାମ ଯୋଗୁଁ ସାଧାରଣ ଜନତାକୁ କ୍ଷତି ପହଞ୍ଚାଇଥିବା କୁହାଯାଇଛି। ଜୟଦୀପ ଆପଟେ କଲ୍ୟାଣରେ ରହୁଥିବା ବେଳେ ଡାକ୍ଟର ପାଟିଲ କୋହ୍ଲାପୁର ନିବାସୀ ଅଟନ୍ତି। ଉଭୟଙ୍କ ନାମରେ ଭାରତୀୟ ନ୍ୟାୟ ସହିଂତାର ବିଭିନ୍ନ ଧାରାରେ ମାମଲା ରୁଜୁ ହେଶଇଛି। ମୂର୍ତ୍ତି ଢଳିବା ନେଇ ସହକାରୀ ଯନ୍ତ୍ରୀ ଓ ଜଣେ ଅଧିକାରୀ ଅଜିତ ପାଟିଲ ସିନ୍ଧୁଦୁର୍ଗ ପୁଲିସରେ ଅଭିଯୋଗ କରିଛନ୍ତି।
ଠିକାଦାର ଓ ଆର୍ଟିସରି କଂପାନୀର ମାଲିକ ଜୟଦୀପ ପାଟିଲଙ୍କ ଘରେ ତାଲା ପଡ଼ିଛି। ଅଭିଯୋଗରେ କୁହାଯାଇଛି ଯେ, ପିଡବଲ୍ୟୁଡି ଅଧିକାରୀ ଅଗଷ୍ଟ ୨୦ ତାରିଖରେ ଠିକାଦାର ଜୟଦୀପ ଆପଟେଙ୍କୁ ଏକ ମେଲ ପଠାଇଥିଲେ। ଏଥିରେ ସେ ନୋଟ୍ ଏବଂ ବୋଲ୍ଟରେ କଳଙ୍କି ଲାଗିଥିବା ଉଲ୍ଲେଖ କରିଥିଲେ ଯେ, ମୂର୍ତ୍ତିକୁ ବିପଦ ପହଞ୍ଚିପାରେ। ଏହା ପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା।
ଅଧିକ ପଢ଼ନ୍ତୁ: ଗୁଜୁରାଟ ଉପରେ ପ୍ରକୃତିର ଆକ୍ରୋଶ: ବନ୍ୟା-ବର୍ଷାରେ ବୁଡ଼ାଇଲା