ନୂଆଦିଲ୍ଲୀ: ତୈଳ କଂପାନିଗୁଡ଼ିକ ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୨୫ ମାର୍ଚ୍ଚ ପହିଲାରୁ ବୃଦ୍ଧି କରିଛନ୍ତି। ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଛି। ତେବେ ଗତ ପାଞ୍ଚ ବର୍ଷ ମଧ୍ୟରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଧାରାକୁ ଦେଖିଲେ ୨୦୨୫ ମାର୍ଚ୍ଚରେ ଏହି ବୃଦ୍ଧି ସର୍ବନିମ୍ନ।
ଇଣ୍ଡିଆନ ଅଏଲ ପକ୍ଷରୁ ଜାରି କରାଯାଇଥିବା ନୂଆ ଦର ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୦୩ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଫେବୃଆରୀରେ ୧୭୯୭ ଟଙ୍କା ଥିଲା। ଜାନୁଆରୀରେ ଏହାର ମୂଲ୍ୟ ୧୦୮୪ ଟଙ୍କା ଥିଲା।
କୋଲକାତାରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୯୧୩ ଟଙ୍କାରେ ପହଞ୍ଚିଛି। ଫେବ୍ରୁଆରିରେ ଏହା ୧୯୧୧ ଟଙ୍କାରୁ ୧୯୦୭ ଟଙ୍କାକୁ ହ୍ରାସ ପାଇଥିଲା। ମହାନଗର ମୁମ୍ବାଇରେ ଏହି ସିଲିଣ୍ଡର ଏବେ ୧୭୫୫.୫୦ ଟଙ୍କାରେ ଉପଲବ୍ଧ ହେବ। ଫେବୃଆରୀରେ ଏହାର ମୂଲ୍ୟ ୧୭୪୯.୫୦ ଟଙ୍କା ଥିବା ବେଳେ ଜାନୁଆରୀରେ ଏହାର ମୂଲ୍ୟ ୧୭୫୬ ଟଙ୍କା ଥିଲା।
ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ୧୪ କିଲୋ ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ ଅଗଷ୍ଟ ୧ ଦରରେ ଯୋଗାଇ ଦିଆଯିବ। ୨୦୨୫ ମାର୍ଚ୍ଚ ପହିଲାରେ ଏହାର ମୂଲ୍ୟ ୮୦୩ ଟଙ୍କା ହେବ। କୋଲକାତାରେ ଏହା ୮୨୯ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୦୨.୫୦ ଟଙ୍କା ରହିଛି।
ଅଧିକ ପଢ଼ନ୍ତୁ: ଶ୍ୱଶୁରଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ମହିଳାଙ୍କ ମା’ଘର ଲୋକେ