ପାଟଣା: ବିହାରର କାଇମୁର ଜିଲ୍ଲାର ଚେନ୍ପୁର ଥାନା ଅଞ୍ଚଳର ପର୍ବତପୁର ଗାଁରେ ଘରୋଇ ବିବାଦ ଉଗ୍ରରୂପ ଧାରଣ କରିଛି। ଗୁରୁବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଶୁକ୍ରବାର ମହିଳାଙ୍କ ବାପଘର ପକ୍ଷର ୧୦ରୁ ୧୨ ଜଣ ତାଙ୍କ ଶ୍ୱଶୁର ଘରକୁ ପହଞ୍ଚିଥିଲେ। ସେଠାରେ ସେମାନେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଶାଶୁଘର ଲୋକଙ୍କୁ ଲାଠି ଓ ରଡରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମହିଳାଙ୍କ ଶ୍ୱଶୁର ବନର୍ସି ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଓ ଶାଶୂ ଗୁରୁତର ଆହତ ହୋଇଛନ୍ତି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖସି ଯିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ପୁଲିସ ବନାର୍ସୀ ସିଂହଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତ ୬୫ ବର୍ଷୀୟ ଗୁଡିଆ ଦେବୀ ଓ ତାଙ୍କ ପୁଅ ସନ୍ଦୀପଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁଡିଆ ଦେବୀ କହିଛନ୍ତି, ରାତିରେ ମୋ ବୋହୂଙ୍କୁ ଅସଦାଚରଣ କରାଯାଇଥିଲା। ଯାହା ପରେ ବୋହୂ ପୁଅକୁ ଡାକି ସେହି ଦିନ ରାତିରେ ବାଇକ୍ରେ ଚାଲିଯାଇଥିଲେ। ଏହାପରେ ସେ ଶୁକ୍ରବାର ଭୋର ୫ଟାରେ ଘରକୁ ଫେରି ସମସ୍ତଙ୍କୁ ପୁଲିସ ଡାକି ଜେଲ୍ ପଠାଇବ ବୋଲି କହିଥିଲେ। ଏହାପରେ ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କ ବାପଘର ପକ୍ଷର ୧୦/୧୨ ଜଣ ଲୋକ ଆସି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଯେଉଁଥିପାଇଁ ମୋ ସ୍ୱାମୀଙ୍କର ମୃତ୍ୟୁ ଘଟିଛି ମୁଁ ଏବଂ ମୋ ପୁଅ ସନ୍ଦୀପ ଆହତ ହୋଇଥିଲୁ।
ଆକ୍ରମଣରେ ଆହତ ସନ୍ଦୀପ କୁମାର କହିଛନ୍ତି, "ମୋ ପତ୍ନୀ ଓ ମା'ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହା ପରେ ସେ ତାଙ୍କ ବାପା, ଭିଣୋଇ ଓ ଭାଇଙ୍କୁ ମାମୁ ପକ୍ଷରୁ ଡାକିଥିଲେ। ସେମାନେ ଆମକୁ ଲାଠିରେ ଆକ୍ରମଣ କରିଥିଲେ। ଯେଉଁଥିରେ ମୋ ହାତ ଭାଙ୍ଗିଯାଇଛି। ମା'ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ବାପାଙ୍କ ମୃତ୍ୟୁ ଘଟିଥିଲା।
ଚେନପୁର ଥାନା ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାରଙ୍କ କହିବା ଅନୁଯାୟୀ, ମହିଳାଙ୍କ ସମ୍ପର୍କୀୟମାନେ ଶ୍ୱଶୁର ଘରେ ପହଞ୍ଚି ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ମାଡ଼ ମାରିଥିଲେ। ଏଥିରେ ମହିଳାଙ୍କ ଶ୍ୱଶୁର ବନାର୍ଷି ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଗୁଡ଼ିଆ ଦେବୀ ଓ ସ୍ୱାମୀ ସନ୍ଦୀପ କୁମାର ଆହତ ହୋଇଛନ୍ତି। ସେମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଅଧିକ ପଢ଼ନ୍ତୁ: ୫୦୦ରୁ ଅଧିକ ରାସ୍ତା ବନ୍ଦ, ବିଜୁଳି-ପାଣି ଯୋଗାଣ ବାଧାପ୍ରାପ୍ତ