କରୋନା: ଆମେରିକାରେ ଅଧ କୋଟି ଲୋକ ସଂକ୍ରମିତ, ବିଶ୍ୱବ୍ୟାପୀ ୧.୯୨ କୋଟି ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-716-lakh-1-29-crore-people-detected-in-world-wide

ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ କବଳରେ ଛଟପଟ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଅଧ କୋଟି ବାସିନ୍ଦା । କୋଭିଡ-୧୯ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ୫୦ ଲକ୍ଷ ୩୧ ହଜାର ୯୦୧ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୧ ଲକ୍ଷ ୬୨ ହଜାର ୭୮୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ ଲକ୍ଷ ୭୬ ହଜାର ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୨ ଲକ୍ଷ ୯୩ ହଜାର ୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୨୯୬ ଜଣ ଗୁରୁତର ଅଛନ୍ତି ।

ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ ଯୋଗୁଁ ପୂରା ବିଶ୍ୱରୁ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ୭ ଲକ୍ଷ ୧୬ ହଜାର ୫୧୯ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋଭିଡ-୧୯ ଯୋଗୁଁ ୧ କୋଟି ୯୨ ଲକ୍ଷ ୩୭ ହଜାର ୩୩୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୨୩ ଲକ୍ଷ ୪୫ ହଜାର ୪୭୨ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୧ ଲକ୍ଷ ୭୫ ହଜାର ୩୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ୬୫ ହଜାର ୧୮୭ ଜଣଙ୍କର ଅବସ୍ଥା ରହିଛି ଗୁରୁତର । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୯ ଲକ୍ଷ ୧୭ ହଜାର ୫୬୨ ସଂକ୍ରମିତ, ୯୮ ହଜାର ୬୪୪ ମୃତ

ଋଷିଆ: ୮ ଲକ୍ଷ ୭୧ ହଜାର ୮୯୪ ଜଣ ସଂକ୍ରମିତ, ୧୪ ହଜାର ୬୦୬ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୩୮ ହଜାର ୧୮୪ ଜଣ ସଂକ୍ରମିତ, ୯ ହଜାର ୬୦୪ ମୃତ

ମେକ୍ସିକୋ: ୪ ଲକ୍ଷ ୫୬ ହଜାର ୧୦୦ ସଂକ୍ରମିତ, ୪୯ ହଜାର ୬୯୮ ମୃତ

ପେରୁ: ୪ ଲକ୍ଷ ୪୭ ହଜାର ୬୨୪ ଜଣ ସଂକ୍ରମିତ, ୨୦ ହଜାର ୨୨୮ ମୃତ

ଚିଲି: ୩ ଲକ୍ଷ ୬୬ ହଜାର ୬୭୧ ସଂକ୍ରମିତ, ୯ ହଜାର ୮୮୯ ମୃତ

କଲୋମ୍ବିଆ: ୩ ଲକ୍ଷ ୫୭ ହଜାର ୭୧୦ ସଂକ୍ରମିତ, ୧୧ ହଜାର ୯୩୯ ମୃତ 

ସ୍ପେନ: ୩ ଲକ୍ଷ ୫୪ ହଜାର ୫୩୦ ସଂକ୍ରମିତ, ୨୮ ହଜାର ୫୦୦ ମୃତ

ପାକିସ୍ତାନ: ୨ ଲକ୍ଷ ୮୧ ହଜାର ୮୬୬ ଜଣ ସଂକ୍ରମିତ, ୬ ହଜାର ୩୫ ମୃତ

 

  • Tags:

Subscribe

National International State Sports Entertainment