ଭାରତ ହେଉଛି ପ୍ରତିଭାର ଶକ୍ତି ଘର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:Indias-important-role-in-Revival-of-Global-Economy-Narendra-Modi
ନୂଆଦିଲ୍ଲୀ, ଜୁଲାଇ ୯ ( ଖବର ଓଡ଼ିଶା):

ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିନ ବ୍ରିଟେନରେ ଆୟୋଜିତ 'ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020' ରେ ଯୋଗଦେଇ ସମଗ୍ର ବିଶ୍ୱବାସୀଙ୍କୁ ଉଦବୋଧନ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଏହି 3 ଦିନିଆ କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି 'ୱି ଦ ରିଭାଇଭାଲ୍: ଇଣ୍ଡିଆ ଆଣ୍ଡ ଏ ବେଟର ନ୍ୟୁ ୱାର୍ଲ୍ଡ' | ଏହି କାର୍ଯ୍ୟକ୍ରମରେ, 75 ଟି ଅଧିବେଶନରେ 30 ଟି ଦେଶରୁ 5000 ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବେ 250 ଜଣ ବିଶ୍ୱସ୍ତରୀୟ ବକ୍ତା ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଆମେ ସମସ୍ତେ ପୁନର୍ଜୀବନ(ରିଭାଇବଲ) ବିଷୟରେ ଆଲୋଚନା କରୁଛୁ । ବିଶ୍ୱ ଅର୍ଥନୀତିର ପୁନର୍ଜୀବନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସେ କହିଛନ୍ତି ଯେ ଭାରତ ହେଉଛି ପ୍ରତିଭାର ଶକ୍ତି ଘର । ସେ କହିଛନ୍ତି ଯେ ଭାରତର ଅର୍ଥନୀତିର ସୁଧାର ପାଇଁ ଭାରତ କ୍ରମାଗତ ଭାବେ ନିଜ ପ୍ରୟାସ ଜାରି ରଖିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏଭଳି ବିପଦ ସମୟରେ ଭାରତରେ ଥିବା ପ୍ରତିଭା ଗୁଡିକ ସମଗ୍ର ବିଶ୍ୱର କାମରେ ଆସିଛି ।

  • Tags:

Subscribe

National International State Sports Entertainment