କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ, ଆଜିଠାରୁ ଗଞ୍ଜାମ ଜିଲ୍ଲାର ଅଟକିବନି କୌଣସି ଯାତ୍ରୀବାହୀ ଟ୍ରେନ
Khabar Odisha:From-today-there-will-be-no-passenger-trains-in-Ganjam-district
ଗଞ୍ଜାମ, ଜୁଲାଇ ୯ ( ଖବର ଓଡ଼ିଶା):

ଆଜିଠୁ ଗଞ୍ଜାମ ଜିଲ୍ଲାରେ ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ ଓ ଟ୍ରେନ ସେବା ବାତିଲ । କୋଭିଡ-19 ଭୂତାଣୁର ମାତ୍ରାଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯତ୍ନଶୀଳ ହେବାପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ଷ୍ଟେସନ ସହିତ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବା ସହିତ ଟ୍ରେନ ସେବା ବାତିଲ କରାଯିବାକୁ ଓଡିଶା ସରକାରଙ୍କ ପକ୍ଷରୁ ପୂର୍ବତଟ ରେଳପଥକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଗଞ୍ଜାମ ଜିଲ୍ଲା ମଧ୍ୟଦେଇ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ଏବଂ ଟ୍ରେନ ସେବାକୁ ଆଜିଠାରୁ ବାତିଲ କରାଯାଇଛି । 

ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଭୁବନେଶ୍ୱରଠାରୁ 8 ଜୁଲାଇରୁ ଏବଂ ବ୍ରହ୍ମପୁରଠାରୁ 9 ଜୁଲାଇଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ରହଣୀକୁ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁରଠାରେ ଉଭୟ ଦିଗରୁ ଜୁଲାଇ ମାସ 9 ତାରିଖଠାରୁ ବାତିଲ କରାଯାଇଥିବାବେଳେ ହାୱଡ଼ା-ସିକନ୍ଦରାବାଦ-ହାୱଡ଼ା ସ୍ୱତନ୍ତ୍ର ଟ୍ରେନର ରହଣିକୁ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନଠାରେ ଆଜିଠାରୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି ।

  • Tags:

Subscribe

National International State Sports Entertainment