ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଆଗାମୀ ୪ ଦିନ ଯାଏଁ ବଳବତ୍ତର ଗଜପତି,ଜାନୁଆରୀ 15(ଖବର ଓଡ଼ିଶା): Share story: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି କଟକଣା ଆଗାମୀ ୪ ଦିନ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଯଦି କେହି କୋଭିଡ ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୁଚନା ଅନୁସାରେ ୱାର୍ଡ ନଂ ୧୪ ବଟଗୌଡ଼ ,ସହି, ୱାର୍ଡ ନଂ ୧୫, ଗାନ୍ଧିନଗର , ୱାର୍ଡ ନଂ ୧୪ ,ଏଲକେଲା ସାହି ଏବଂ ୱାର୍ଡ ନଂ ୭ ଜଗନ୍ନାଥ ବିହାର ଅଞ୍ଚଳର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ରାଜ୍ୟରେ ଗତ ତିନି ଦିନ ଧରି ଦୈନିକ ସଂକ୍ରମଣ ଦଶ ହଜାର ଉପରେ ରହିଛି । ଖୁବ ଅଳ୍ପ ଦିନରେ ଏହା ଦ୍ୱୀତିୟ ଲହର ଶୀର୍ଷ ଟପିଯିବ । ଆଜି ରାଜ୍ୟରେ ୧୦ ହଜାର ୮୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୨୧ ଜଣ ଶିଶୁ ରହିଥିବା ବେଳେ ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୧ ହଜାର ୮୦୯ରେ ପହଁଞ୍ଚିଛି । ଖବର ଓଡ଼ିଶା, Reporter, 15/01/2022