ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସମସ୍ୟା ବଢ଼ିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଗଠକ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କର ପ୍ରମୁଖ ସହଯୋଗୀ ଦଳର ଚର୍ଚ୍ଚିତ ମୁହଁ ମନୀଷ ସିସୋଦିଆ ଏହି ନିର୍ବାଚନରେ ହାରିଯାଇଛନ୍ତି। ଅନ୍ୟପଟରେ ଦିଲ୍ଲୀ ନିର୍ବାଚନରେ ବିଜେପି ବିଜୟ ଆଡକୁ ଅଗ୍ରସର ହେଉଛି।
ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ବିଜେପିର ପ୍ରବେଶ ବର୍ମା ଏଠାରୁ ଜିତିଛନ୍ତି। ଏହା କେଜ୍ରିୱାଲଙ୍କ ଚତୁର୍ଥ ନିର୍ବାଚନ ଥିଲା ଏବଂ ସେ ପ୍ରଥମ ଥର ପାଇଁ ନିର୍ବାଚନ ହାରିଛନ୍ତି।
ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ, ଭାରତ ନଗର ଗଣନା କେନ୍ଦ୍ର ବାହାରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରିଥିଲେ।
ପାଟପରଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ସିଂହ ନେଗି ବିଜୟୀ ହୋଇଛନ୍ତି। ଜିତିବା ପରେ, ସେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ଏହି ଆସନରୁ ଆମ ଆଦମୀ ପାର୍ଟିର ଅବଧ ଓଝା ପରାସ୍ତ ହୋଇଛନ୍ତି। ଅବଧ ଓଝା କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ପରାଜୟ। ଦିଲ୍ଲୀର ଲକ୍ଷ୍ମୀ ନଗର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଭୟ ବର୍ମା ୭୦୦୦ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।
ଅନ୍ୟପଟରେ ଗଣତି ଟ୍ରେଣ୍ଡ ରିପୋର୍ଟକୁ ଆଧାର କରି ବିଜେପି ଆଗୁଆ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ, ହୋଇଛି ଯେଉଁଥିରେ ଇଣ୍ଡିଆ ଗେଟ୍ ସମ୍ମୁଖରେ ପଦ୍ମ ଫୁଟିଛି। କେବଳ ଏତିକି ନୁହେଁ। ବିଜେପିକର୍ମୀମାନେ ନିର୍ବାଚନର ଟ୍ରେଣ୍ଡକୁ ଆଧାର କରି ମିଠାଇ ଓ ଜିଲାପି ବାଣ୍ଟିବା ଆରମ୍ଭ କରିଦେଇଛନ୍ତି।
ଅଧିକ ପଢ଼ନ୍ତୁ: ହାରିଯିବ ଆପ୍! ବିଜେପି କର୍ମୀ ଉତ୍ସାହିତ