ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା
Khabar Odisha:Another-student-commits-suicide-in-capital-Cause-unclear-awaiting-post-mortem-report
ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଖବର ଓଡିଶା):

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ଭୁବନେଶ୍ୱରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ହେଉଛନ୍ତି ମନୀଷ ସରକାର । ତେବେ ଆତ୍ମହତ୍ୟାର କାରଣ ଏବେଯାଏଁ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ର ଥିଲେ ମନୀଷ । ହେଲେ ରବିବାର ଦିନ ସେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ତେବେ ମଣିଷ କାହିଁକି ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

  • Tags:

Subscribe

National International State Sports Entertainment