ନୂଆଦିଲ୍ଲୀ: ଗୁଜରାଟ ନିକଟ ଆରବ ସାଗରରେ ଏଭଳି ପାଣିପାଗ ହୋଇଛି, ଯାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାଧାରଣତଃ ସମୁଦ୍ରରେ ଝଡ଼ ସୃଷ୍ଟି ହୋଇଥାଏ। ପୁଣି ଏହା ସ୍ଥଳଭାଗକୁ ଆଗମନ ହୋଇଥାଏ। କିନ୍ତୁ ଏଥର ଗୁଜରାଟରେ ଅଲଗା ଚିତ୍ର ଦେଖିବାକୁ ମିଳିଛି। ଗୁଜରାଟର ଭୂପୃଷ୍ଠର ଉପର ସ୍ତରରେ ଲୋ-ପ୍ରେସର ସିଷ୍ଟମ କାରଣରୁ ବର୍ଷା ହୋଇଛି। ଏହା ପରେ ଆରବ ସାଗରରେ ଲଘୁଚାପ ସୃଷ୍ଟି ଦେଇଥିବା ଜଣାପଡ଼ିଛି। ଏବେ ଏହି ପାଣିପାଗ ଆରବସାଗରରେ ବାତ୍ୟା ସୃଷ୍ଟି କରିଛି। ଏହାର ନାମ ଏସ୍ନା ରଖାଯାଇଛି।
ବୈଜ୍ଞାନିକମାନେ କହିଛନ୍ତି ଯେ, ୧୯୭୬ ମସିହା ଅର୍ଥାତ ୪୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତ ଦେଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଝଡ଼ର ସମୟ। ସାଧାରଣତଃ ମୌସୁମୀ ସମୟରେ ଆରବସାଗରର ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରହିଥାଏ। ଯେତେବେଳେ ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ ହୋଇଥାଏ, ସେହି ସମୟରେ ତାପମାତ୍ରା ବାତ୍ୟା ହୋଇଥାଏ। ଏଥି ପାଇଁ ଜୁଲାଇ ପରେ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବାତ୍ୟା ହେବାର କମ୍ ଆଶଙ୍କା ରହିଥାଏ। ତେଣୁ ଏହାକୁ ଦୁର୍ଲଭ କୁହାଯାଉଛି। ମୌସୁମୀରେ ଆରବସାଗରର ପଶ୍ଚିମ ଭାଗ ଥଣ୍ଡା ରହିଥାଏ। ଉପରରୁ ଆରବ ପ୍ରାୟଦ୍ବୀପ ଶୁଷ୍କ ପବନ ଆସିଥାଏ। ଏଭଳି ସ୍ଥିତିରେ ବାତ୍ୟା ସୃଷ୍ଟି ହୋଇନଥାଏ।
ଗୁଜରାଟର ନଲିୟାରୁ ପଶ୍ଚିମ ଦିଗରେ ୧୭୦ କିଲୋମିଟର ଦୂର, ପାକିସ୍ତାନର କରାଚୀରୁ ଦକ୍ଷିଣରେ ୧୬୦ କିଲୋମିଟର ଓ ପାକିସ୍ତାନର ପସନୀରୁ ପୂର୍ବ-ଦକ୍ଷିଣରେ ୪୩୦ କିଲୋମିଟର ଦୂରରେ ବାତ୍ୟା ଏସ୍ନାର ଅବସ୍ଥିତି ରହିଛି। ବାତ୍ୟା ପ୍ରଭାବରେ ଗୁଜରାଟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଧିକ ପଢ଼ନ୍ତୁ: ଶାରୀରିକ ପରୀକ୍ଷା ବେଳେ ଅଚେତ ହେଲେ ୨୫ ପରୀକ୍ଷାର୍ଥୀ, ୩ ମୃତ