ଦିଲ୍ଲୀ: ଦିଲ୍ଲୀର ବାହାର ଅଞ୍ଚଳ ଅଶୋକ ବିହାରରେ ଏକ ନର୍ଦ୍ଦମା ସଫା କରିବା ସମୟରେ ଚାରି ଜଣ ସଫେଇ କର୍ମଚାରୀ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଛନ୍ତି। ଏଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ଅଶୋକ ବିହାର ଅଞ୍ଚଳରେ ମଧ୍ୟରାତ୍ରି ସମୟରେ ଏହି ଘଟଣା ଘଟିଛି। ଏକ ଆପାର୍ଟମେଣ୍ଟ ନିକଟରେ ନର୍ଦ୍ଦମା ସଫା କରାଯାଉଥିବା ସୂଚନା ମିଳିଛି। ଏହି ସମୟରେ ହଠାତ୍ ବିଷାକ୍ତ ଗ୍ୟାସ କର୍ମଚାରୀ ଅରବିନ୍ଦ (୪୦)ଙ୍କୁ ଗ୍ରାସ କରିଦେଲା। ଅନ୍ୟ ତିନି ଜଣ ମଧ୍ୟ ଗ୍ୟାସ ଯୋଗୁଁ ଗୁରୁତର ହେଶଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ଜଣଙ୍କର ଚିକିତ୍ସା ଜାରି ରହିଛି। ଦିଲ୍ଲୀ ମହାନଗର ନିଗମର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାରଣ ଖୋଜୁଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନ କ’ଣ ଭାରତ ବିରୁଦ୍ଧରେ ପରମାଣୁ ବୋମା ବ୍ୟବହାର କରିବ?