ଶ୍ରୀ ମନ୍ଦିରର ମୋଟ ୪୦୪ ଜଣ ସେବାୟତ ଓ କର୍ମଚାରୀ କରୋନା ସଂକ୍ରମିତ
Khabar Odisha:A-total-of-404-servitors-and-staff-of-the-Shri-Mandir-are-infected-with-Karona
ପୁରୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା):

ପୁରୀ ଶ୍ରୀ ମନ୍ଦିରର ମୋଟ ୪୦୪ ଜଣ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩୫୧ ଜଣ ସେବାୟତ ଓ ୫୩ ଜଣ କର୍ମଚାରୀ ରହିଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

ଏଭଳି ପରିସ୍ଥିତି ସୃଷ୍ଟି ହେବା ପରେ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡ଼ିଏମଓ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ମନ୍ଦିର ପରିସରରେ ପାନ ଛେପ ପକାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ବେଳେ ପାନ ଖାଇଥିବା ସେବାୟତଙ୍କୁ ମନ୍ଦିର ଭିତରକୁ ଛାଡ଼ିଲେ ଜଗୁଆଳିଙ୍କୁ ଦଣ୍ଡିତ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ୨୪ ଘଣ୍ଟାରେ ମୋଟ ୩ହଜାର ୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୧୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

  • Tags:

Subscribe

National International State Sports Entertainment