ବରଗଡ଼ ଜିଲ୍ଲାରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି
Khabar Odisha:6-Corona-positive-in-bargarh
ଭୁବନେଶ୍ୱର, ମେ 30 ( ଖବର ଓଡ଼ିଶା):

 ବରଗଡ଼ ଜିଲ୍ଲାରେ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଭେଡେନ୍ ବ୍ଲକ୍‌ ଅଞ୍ଚଳର ହୋଇଥିବୋବଳେ ୨ ଜଣ ଭଟଲି ବ୍ଲକ୍‌ ଅଞ୍ଚଳର। ସମସ୍ତ ଆକ୍ରାନ୍ତ ପୁରଷ ବୋଲି ଜଣାପଡିଛି। ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟରୁ ଫେରିଥିବାବେଳେ ଜଣେ ସ୍ଥାନୀୟ କେସ ରହିଛି। ପଜିଟିଭ୍‌ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। 

ପୂର୍ବରୁ ବରଗଡ଼ରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

  • Tags:

Subscribe

National International State Sports Entertainment