ରାଜଧାନୀରେ ସୁଧୁରୁଛି କରୋନା ସ୍ଥିତି, ଆଜି ୪୬ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
Khabar Odisha:46-new-Covid19-cases-detected-in-Bhubaneswar-today
ଭୁବନେଶ୍ୱର, ନଭେମ୍ବର ୨୧ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରୁ ଦିନକୁ ଦିନ ନିୟନ୍ତ୍ରଣାଧୀନ ହେଉଛି ମହାମାରୀ କରୋନା ସ୍ଥିତି । ଗତ ୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୩୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୩୦୪୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୯୬୦୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୦୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୫୯୨ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।

  • Tags:

Subscribe

National International State Sports Entertainment