ନୂଆଦିଲ୍ଲୀ: ସଂପ୍ରତି ବିଶ୍ୱର ଅନେକ ଦେଶରେ ଭୂମିକମ୍ପ ଭୟଙ୍କର ରୂପ ନେଇଛି। ଗତ କିଛି ଦିନ ମଧ୍ୟରେ ଭୂମିକମ୍ପର ଘଟଣାରେ ବୃଦ୍ଧି ଘଟିଛି। ମିଆଁମାର, ତୁର୍କୀ ଏବଂ ଆଫଗାନିସ୍ତାନରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ, ସୋମବାର ଜାପାନରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ଏପି ରିପୋର୍ଟ ଅନୁଯାୟୀ, ଜାପାନ ପାଣିପାଗ ସଂସ୍ଥା କହିଛି ଯେ ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ସୁନାମି ସତର୍କ କରାଯାଇଛି।
ଜାପାନର ପାଣିପାଗ ସଂସ୍ଥାର ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଆଓମୋରି ଏବଂ ହୋକାଇଡୋ ଉପକୂଳରେ ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ଏହି ଅଞ୍ଚଳରେ ୩ ମିଟର (୧୦ ଫୁଟ) ପର୍ଯ୍ୟନ୍ତ ସୁନାମୀ ସତର୍କତା ଜାରି କରାଯାଇଛି।
ଜାପାନରେ ହୋଇଥିବା ଭୂମିକମ୍ପ ସମ୍ପର୍କରେ ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜି ମଧ୍ୟ ସୂଚନା ଜାରି କରିଛି। ଏଜେନ୍ସି କହିଛି ଯେ ସୋମବାର ସନ୍ଧ୍ୟା ୭:୪୫ ସମୟରେ ଉତ୍ତର ପ୍ରଶାନ୍ତ ମହାସାଗରରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ୬୦ କିଲୋମିଟର ଗଭୀରତାରେ ଥିଲା। ସେହିପରି ସୋମବାର ରାତି ୮ଟା ୩ ସମୟରେ ଉତ୍ତର ପ୍ରଶାନ୍ତ ମହାସାଗରରେ ୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ମଧ୍ୟ ୬୦ କିଲୋମିଟର ଗଭୀରତାରେ ଥିଲା।
Also read: 'ସ୍ତନ ଧରିବା ଦୁଷ୍କର୍ମ ଉଦ୍ୟମ ନୁହେଁ', ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ, ଆସିବ ମାର୍ଗଦର୍ଶିକା