ନୂଆଦିଲ୍ଲୀ: ପହଲଗାଲ ଆତଙ୍କବାଦୀ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏହା ପରେ ଆକ୍ସନ ମୁଡ୍ କୁ ଆସିଛନ୍ତି ମୋଦୀ ସରକାର । ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯାଇଛି । ଶୀତଳ ଯୁଦ୍ଧ । ପାକିସ୍ତାନ ୱାଘା ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସେହିପରି ଭାରତ ପାଇଁ ଆକାଶମାର୍ଗ ମଧ୍ୟ କରିଛି ପାକ୍ ।
ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଆଜି ଆନନ-ଫାନନରେ ନ୍ୟାସନାଲ୍ ସିକ୍ୟୁରିଟି କମିଟି ସହିତ ବୈଠକ କରିଛନ୍ତି । ଆତଙ୍କୀ ହାମଲା ଏବଂ ଭରତର ପଦକ୍ଷେପ ବିଷୟରେ ଆଲୋଚନା ହୋଇଛି । ପାକିସ୍ତାନ ଭରତ ଦ୍ୱାରା ସିନ୍ଧୁ ନଦୀ ଚୁକ୍ତି ବାତିଲ ପଦକ୍ଷେପକୁ ଖାରଜ କରିଛି ଏବଂ କହିଛି ଏହା ଏକ ଅନ୍ତରାଷ୍ଟ୍ରୀୟ ଚୁକ୍ତି ଅଟେ । ଏହାକୁ ଭାରତ ନିଲମ୍ବିତ କରି ପାରିବ ନାହିଁ । ଏହା ପାକିସ୍ତାନର ଜୀବନରେଖା, ଏହା ଉପରେ କୌଣସି ସାଲିସ କରାଯିବ ନାହିଁ । ଯଦି ଭାରତ ସିନ୍ଧୁ ନଦୀ ଚୁକ୍ତି ବାତିଲ କରେ, ତେବେ ଏହାକୁ ଯୁଦ୍ଧର କାର୍ଯ୍ୟ ବୋଲି ବିବେଚନା କରାଯିବ ଏବଂ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ବଳ ସହିତ ଜବାବ ଦିଆଯିବ ବୋଲି ଭାରତକୁ ଫମ୍ପା ଧମକ ଦେଇଛି ପାକ୍ ।
ଏହା ପରେ ପାକିସ୍ତାନ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।
- ପାକିସ୍ତାନ ତତ୍କାଳ ପରିସ୍ଥିତିର ୱାଘା ସୀମାକୁ ବନ୍ଦ କରିଛି । ଭାରତରୁ ଯିବା ଆସିବା କରୁଥିବା ଲୋକଙ୍କୁ ଆବାଜାହୀ ନିକଟରେ ଅଟକ ରଖାଯାଇଛି । ଯେଉଁମାନେ ବୈଧ ଭିସାରେ ପାକିସ୍ତାନ ଯାଇଛନ୍ତି, ସେମାନଙ୍କୁ ୩୦ ଏପ୍ରିଲ ସୁଦ୍ଧା ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- ସାର୍କ ଭିସା ଯୋଜନାରେ ଭାରତୀୟଙ୍କୁ ଦିଆଯାଇଥିବା ସମସ୍ତ ଭିସାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । କେବଳ ଶିଖ ତୀର୍ଥଯାତ୍ରୀଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ । ସମସ୍ତଙ୍କ ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି ।
- ଇସଲାମବାଦରେ ଭାରତୀୟ ପ୍ରତିରକ୍ଷା, ନୌସେନା ଓ ବାୟୁ ସେନା ପରାମର୍ଶଦାତାଙ୍କୁ ଭାରତ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- ଭାରତୀୟ ଏୟାରଲାଇନ୍ସ ପାଇଁ ପାକିସ୍ତାନ ଏୟାରସ୍ପେସ୍ ତୁରନ୍ତ ବନ୍ଦ କରାଯାଇଛି ।