ନୂଆଦିଲ୍ଲୀ: ପୁଣି ଚୀନରେ ଜୀବନ ନେଉଛି ଆଉ ଏକ ରହସ୍ୟମୟ ଭାଇରସ୍। ଫୁସଫୁସ୍ ଜନିତ ସଂକ୍ରମଣ ଓ ଅସୁସ୍ଥତା ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ସୁଦ୍ଧା ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ହଜ଼ାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍’ ବା ଏଚଏମପିଭି ନାମକ ଏହି ଭାଇରସ ଏବେ ଚୀନରେ ବିଭୀଷିକା ସୃଷ୍ଟି କରିଛି। ଏହି ଭୁତାଣୁର ସଂକ୍ରମଣ ଖୁବ ଶୀଘ୍ର ବ୍ୟାପୁଥିବା ବେଳେ ସାମାଜିକ ଗଣମାଧ୍ୟମ ଓ ରିପୋର୍ଟସ ଅନୁଯାୟୀ ଡାକ୍ତରଖାନା ଓ ଶ୍ମସାନରେ ଭିଡ ଲାଗିରହିଛି।
ଚୀନ ଏହି ସଂକ୍ରମଣ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ସୂଚନାରୁ ପ୍ରକାଶ। ଏହି ଭୁତାଣୁର ଲକ୍ଷଣ ସାଧାରଣ ଫ୍ଲୁ ଓ କୋଭିଡ ୧୯ ଭଳି ରହିଥାଏ। ଏନେଇ ଉଦ୍ବେଗ ଜଣକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚୀନ ସରକାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ରୋଗର ଆପଦକାଳୀନ ଯାଞ୍ଚ ଜାରି ରଖିଛନ୍ତି। ଏହି ସ୍ୱାସ୍ଥ୍ୟ ବିପର୍ଯୟ ପାଇଁ କେବଳ ଗୋଟିଏ ଭୁତାଣୁ ଦାୟୀ ନୁହେଁ। ଏଚଏମପିଭି ଭୁତାଣୁ ସହିତ ଏନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନ୍ୟୂମୋନିଆ ଓ କୋଭିଡ଼ ୧୯ର ତ୍ୱରିତ ସଂକ୍ରମଣ ଦାୟୀ।
ରଏଟର୍ସର ଏକ ରିପୋର୍ଟରୁ ପ୍ରକାଶ ଚୀନର ରୋଗ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଅଧିକାରୀଙ୍କ ବୟାନ ଅନୁଯାୟୀ ଏହି ଭୁତାଣୁର ଉତ୍ପତ୍ତି ସଂକ୍ରାନ୍ତରେ କୌଣସି ତଥ୍ୟ ନଥିବା ବେଳେ, ଏହି ରୋଗକୁ କିପରି ରୋକ ଯାଇ ପାରିବ ସେ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।