ଦାମାସ୍କସ୍: ସିରିଆର ଆଲେପ୍ପୋ ସହରର ଦକ୍ଷିଣରେ ଥିବା ସେନାଘାଟି ଉପରେ ଗୁରୁବାର ଇସ୍ରାଏଲ ବୋମାମାଡ଼ କରିଛି। ସିରିଆର ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହା ହେଉଛି ସିରିଆ ଭିତରେ ଇସ୍ରାଏଲ ସେନାର ସଦ୍ୟତମ ଆକ୍ରମଣ। ଇସ୍ରାଏଲ ସେନା ଗତ ମାସ ପ୍ରାରମ୍ଭରେ ବସର ଅଲ-ଅସଦଙ୍କ ସରକାରକୁ ଉଚ୍ଛେଦ କରିବା ପରଠାରୁ ସିରିଆ ଭିତରେ ଏୟାର ଷ୍ଟ୍ରାଇକ୍ କରୁଛି। ଗୁରୁବାର ବିଳମ୍ବିତ ରାତିରେ ଆଲେପ୍ପୋ ନିକଟସ୍ଥ ଅଲ-ସଫିରା ସହର ନିକଟରେ ଥିବା ଏକ ପ୍ରତିରକ୍ଷା କେନ୍ଦ୍ର ଏବଂ ଏକ ବୈଜ୍ଞାନିକ ଗବେଷଣା କେନ୍ଦ୍ରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା।
ପ୍ରତିରକ୍ଷା କାରଖାନା ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଅତି କମରେ ୭ ଥର ବଡ଼ ଶବ୍ଦ ଶୁଣିବାକୁ ମିଳିଛି ବୋଲି ସିରିଆନ୍ ଅବ୍ଜର୍ଭେଟରି ଫର୍ ହ୍ୟୁମାନ ରାଇଟ୍ସ କହିଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଅଲ-ସଫିରା ଅଞ୍ଚଳର ଜଣେ ବାସିନ୍ଦାଙ୍କ ବୟାନ ଦେଇ ଗଣମାଧ୍ୟମ କହିଛି ଯେ ଇସ୍ରାଏଲ ପ୍ରତିରକ୍ଷା କାରଖାନା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ବହୁତ ଶକ୍ତିଶାଳୀ ଥିଲା। ଏହା ମାଟିକୁ ଦୋହଲାଇ ଦେଇଥିଲା, କବାଟ ଓ ଝରକା ଖୋଲିଥିଲା।
ବ୍ୟକ୍ତି ଜଣକ ଗଣମାଧ୍ୟମକୁ କହିଛନ୍ତି, "ମୁଁ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ ଶୁଣିଛି। ରାତି ଦିନରେ ପରିଣତ ହେଲା। ଡିସେମ୍ବର ପ୍ରାରମ୍ଭରେ ଇସଲାମିକ ବିଦ୍ରୋହୀମାନେ ଅସଦଙ୍କ ଶାସନକୁ ଉଚ୍ଛେଦ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ବଶାର ଅଲ୍ ଅସଦ ରୁଷିଆ ପଳାଇଛନ୍ତି। ବିଦ୍ରୋହୀମାନେ ଦମାସ୍କସ୍ ଦଖଲ କରିବା ପରେ ଇସ୍ରାଏଲ ସିରିଆ ଉପରେ ଆକ୍ରମଣ ଆରମ୍ଭ କରିଛି।
ପ୍ରଥମ କିଛି ଦିନ ମଧ୍ୟରେ ଇସ୍ରାଏଲ ସେନା ସିରିଆ ନୌସେନା ଉପରେ ଆକ୍ରମଣ ସମେତ ୫୦୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ କରିଥିଲା। ଏୟାର ଷ୍ଟ୍ରାଇକ୍ ବ୍ୟତୀତ ଇସ୍ରାଏଲ ସେନା ୧୯୭୪ମସିହାରେ ଗୋଲାନ ହାଇଟ୍ସ ନିକଟ ସିରିଆ ଅଞ୍ଚଳରେ ଥିବା ଏକ ବଫର ଜୋନ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା। କିଛି ରିପୋର୍ଟରେ କୁହାଯାଇଛି ଯେ ଇସ୍ରାଏଲ ସେନା ଦମାସ୍କସ୍ ଠାରୁ ୨୦ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: ପଢ଼ନ୍ତୁ ରିକ୍ଟର ସ୍ଲେରେ କେତେ ଥିଲା ତୀବ୍ରତା? କ’ଣ ରହିଛି ସ୍ଥିତି