ନ୍ୟୁଜିଲ୍ୟାଣ୍ଡରେ ଆଗ୍ନେୟଗିରି ଉଦଗୀରଣ, ୧୦୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା
Khabar Odisha:international-odisha-white-island-is-new-zealand-s-most-active-volcano-cone-and-about-70-percent-of-it-is-undersea
ନୂଆଦିଲ୍ଲୀ, ଡିସେମ୍ଵର ୦୯ (ଖବର ଓଡିଶା) :

 ନ୍ୟୁଜଲ୍ୟାଣ୍ଡର ହ୍ଵାଇଟ୍ ଦ୍ଵୀପରେ ଜ୍ଵାଳାମୁଖୀ ଉଦଗୀରଣ ହେବା କାରଣରୁ ପାଖାପାଖି ୧୦୦ ଜଣ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ହ୍ଵାଇଟ୍ ଦ୍ଵୀପରେ ଅଚାନକ ଜ୍ଵାଳାମୁଖୀ ଉଦଗୀରଣ କାରଣରୁ ସେଠାରେ କିଛି ପର୍ଯ୍ୟଟକ ଫସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଦେଶର ରାଷ୍ଟ୍ରୀୟ ବିପତ୍ତିକାଳୀନ ସଂସ୍ଥା ଆଗ୍ନେୟଗିରି ଉଦଗୀରଣ ନେଇ ସୂଚନା ଦେଇଛି। 

ନ୍ୟୁଜିଲ୍ୟାଣ୍ଡର ସ୍ଥାନୀୟ ସମୟାନୁସାରେ ଦ୍ଵିପ୍ରହର ୧୦ଟାରେ ଆଗ୍ନେୟଗିରି ଉଦଗୀରଣ ହେବା ସ୍ଥାନ ଦେଇ ୬ ଜଣରୁ ଅଧିକ ଲୋକ ଅତିକ୍ରମ କରୁଥିଲେ। ତେବେ ଏହି ଘଟଣାରେ କିଛି ଲୋକମାନେ ପ୍ରଭାବିତ ହେବେ ବୋଲି ସ୍ଥାନୀୟ ମେୟର ଆଶଙ୍କା କରିଛନ୍ତି।

Subscribe

National International State Sports Entertainment