ହକ୍କାନୀ ଉପରେ 'ମିଛ ଜ୍ଞାନ’ ଦେଇ ଫସିଲେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
Khabar Odisha:international-Pakistani-PM-Imran-troll-on-false-knowledge-on-Haqqanis-network-Taliban

ଇସଲାମାବାଦ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ହକ୍କାନୀ ନେଟୱାର୍କର ଆତଙ୍କବାଦୀଙ୍କୁ ସମର୍ଥନ କରିଛି। ଇମରାନ ଖାନ କହିଛନ୍ତି ଯେ, ହକ୍କାନୀ ମୁଜାହିଦ୍ଦୀନ ଥିଲା ଏବଂ ସୋଭିଏତ ସଂଘ ବିରୋଧରେ ଲଢ଼େଇ କରୁଥିଲା। ସେ କହିଛନ୍ତି ଯେ, ହକ୍କାନୀର ଜନ୍ମ ପାକିସ୍ତାନର ଏକ ଶରଣାର୍ଥୀ ଶିବିରରେ ହୋଇଥିଲା। ଇମ୍ରାନ ଖାନଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛି। ଏପରିକି ଇମ୍ରାନଙ୍କ ନିଜ ଲୋକେ ମଧ୍ୟ ଟିପ୍ପଣୀ ଦେବାକୁ ପଛାଉ ନାହାନ୍ତି। 

ପାକିସ୍ତାନର ଆମେରିକାରେ ରାଜଦୂତ ରହିଥିବା ହୁସେନ ହକ୍କାନୀ ପକ୍ଷରୁ ଟୁଇଟ କରାଯାଇଛି ଯେ, ଜଲାଲୁଦ୍ଦୀନ ହକ୍କାନୀ ଏବଂ ତାର ପୁଅ ସିରାଜୁଦ୍ଦୀନ ହକ୍କାନୀ ପାକିସ୍ତାନର ଖାଇବର ରାଜ୍ୟର ହକ୍କାନିଆ ମଦ୍ରାସାରେ ପଢ଼ିବା କାରଣରୁ ହକ୍କାନୀ କୁହାଯାଉଛି। କିନ୍ତୁ ପ୍ରକୃତପକ୍ଷେ ହକ୍କାନୀକୁ ତାଙ୍କର ଏହି ନାମ ହାରୁଲ ଉଲୁମ ହକ୍କାନୀରେ ପଢ଼ିବା କାରରଣୁ ମିଳିଛି। 

ଏହା ପୂର୍ବରୁ ଇମରାନ ଖାନ ଆମରେିକୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ ଯେ, ବିଶ୍ବକୁ ପାକିସ୍ତାନ ଏହା କହିବା କାରଣ ଯେ, ତାଲିବାନକୁ ନିୟନ୍ତ୍ରଣ, ତାଙ୍କୁ ଆମେ ଆହୁରି ସମୟ ଦେବା ଦରକାର। 

 

  • Tags:

Subscribe

National International State Sports Entertainment