ନୂଆଦିଲ୍ଲୀ: ଏବେ ଚାଲିଛି ପବିତ୍ର ରମଜାନ୍ ମାସ । ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଫ୍ତାର ପାର୍ଟିର ଆୟୋଜନ କରିଛନ୍ତି । ହ୍ୱାଇଟ୍ ହାଉସରେ ଆୟୋଜିତ ହୋଇଛି ଇଫ୍ତାର ପାର୍ଟି । ଏଥି ନୈଶ୍ୟ ଭୋଜନ ଆୟୋଜନରେ ଅତିଥି ନିମନ୍ତ୍ରଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆମେରିକାର ମୁସଲିମା ସାଂସଦଗଣ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ହ୍ୱାଇଟ୍ ହାଉସରେ ଇଫ୍ତାର ପାର୍ଟି ଆୟୋଜନ କରିବାର ଦୁଇ ଦଶନ୍ଧି ପୁରୁଣା ପରମ୍ପରା ରହିଛି। ଚଳିତ ଥର ମଧ୍ୟ ଟମ୍ପ୍ ସରକାର ଆସିବା ପରେ ସବୁ ବର୍ଷ ଭଳି ଏଥର ହ୍ୱାଇଟ୍ ହାଉସରେ ଇଫ୍ତାର ପାର୍ଟି ଆୟୋଜନ କରାଯାଇଛି । ଏଥିରେ ସମସ୍ତ ମୁସଲିମ ଦେଶଗୁଡ଼ିକର ରାଷ୍ଟ୍ରଦୂତଙ୍କ ନୈଶ୍ୟ ଭୋଜନରେ ସାମିଲ ହେବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏଥିରେ ଆମେରିକୀୟ ମୁସଲିମ ସାଂସଦ ଏବଂ ନେତାମାନଙ୍କୁ ଦେଖିବାକୁ ମିଳି ନ ଥିଲା । ଇଫ୍ତାର ପାର୍ଟିକୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ଯାହାକୁ ନେଇ ବିବାଦ ଉତ୍ପନ୍ନ ହୋଇଛି ।
ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ଇଫତାର ରାତ୍ରୀଭୋଜନକୁ ସମ୍ବୋଧନ କରି ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହା ସହିତ ସମସ୍ତଙ୍କୁ ପବିତ୍ର ରମଜାନର ଶୁଭେଚ୍ଛା ଜଣାଇଥିଲେ । ଏହା ଏକ ବହୁତ ସୁନ୍ଦର ମାସ । ସାରା ବିଶ୍ୱର ମୁସଲମାନମାନଙ୍କୁ ରମଜାନ ମୁବାରକ। ଆମେ ବିଶ୍ୱର ସବୁଠାରୁ ମହାନ ଧର୍ମ ମଧ୍ୟରୁ ଗୋଟିଏକୁ ସମ୍ମାନ କରୁ ବୋଲି କହିଛନ୍ତି ଟ୍ରମ୍ପ ।
ଏହି ପ୍ରସଙ୍ଗ ବିରୋଧରେ ଅନେକ ମୁସଲିମ ନାଗରିକ ଅଧିକାରୀ ଗୋଷ୍ଠୀ ହ୍ୱାଇଟ୍ ହାଉସ୍ ବାହାରେ ପ୍ରତିବାଦ କରିଥିଲେ। ମୁସଲିମ ନେତାମାନେ ଟ୍ରମ୍ପଙ୍କ ଏହି ଇଫତାର ପାର୍ଟିକୁ ଟ୍ରମ୍ପଙ୍କ ଇଫତାର ନୁହେଁ ନାମରେ ବିରୋଧ କରିଥିଲେ । ଜଣେ ପ୍ରତିବାଦକାରୀ କହିଛନ୍ତି ଯେ ଏହା ଡୋନାଲ୍ଡ ଟ୍ରମ୍ପଙ୍କର ଏକ ପ୍ରକାର କପଟତା। ଗୋଟିଏ ପଟେ ସେ ଦେଶରେ ମୁସଲମାନମାନଙ୍କ ପ୍ରବେଶକୁ ନିଷେଧ କରନ୍ତି ଏବଂ ଅନ୍ୟପଟେ ସେ ଇଫତାର ପାର୍ଟିର ଆୟୋଜନ କରନ୍ତି।