ଆମେରିକା: ପ୍ରକୃତିର ପ୍ରକୋପ ଆଗରେ ଅସହାୟ ଆମେରିକା । ଆମେରିକାର ଟେକ୍ସାରେ ଅଚାନକ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିଛି । ଭୀଷଣ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେଯାଏଁ ଅନେକଙ୍କ ପତ୍ତା ମିଳୁନି । ଏଥିସହ ଅନେକ ଲୋକେ ବାସହରା ହୋଇପଡ଼ିଛନ୍ତି ।
ଆମେରିକାର ୨ ରାଜ୍ୟ ଟେକ୍ସାସ୍ ଓ କେର୍ବିଲର ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ିଛି । ମାସ ମାସକର ବର୍ଷା କିଛି ମାତ୍ର ଘଣ୍ଟାରେ ହୋଇଛି । ଫଳରେ ଏଠାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗ୍ବାଡାଲୁପ୍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ୯୦ ମିନିଟରେ ଏହି ନଦୀର ଜଳ ୨୦- ଫୁଟ ଯାଏଁ ବୃଦ୍ଧି ହୋଇଗଲା ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ବନ୍ୟାରେ ପାଖାପାଖି ୨୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଅନେକ ଲୋକଙ୍କ ଘର ପାଣିରେ ବୁଡ଼ିଯିବାରୁ ଲୋକେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି । ନିଜକୁ ସବୁଠୁ ଆଗୁଆ ରାଷ୍ଟ୍ର ପ୍ରକୃତି ଆଗରେ ଯେ କେତେ ଅସହାୟ ଏସବୁ ଦୃଶ୍ୟ ଦେଖିଲେ ସ୍ପଷ୍ଟ ହୁଏ ।
କେନ୍ଦ୍ରୀୟ ଟେକ୍ସାସର କେର କାଉଣ୍ଟିରେ ରାତିସାରା ପ୍ରାୟ ୧୦ ଇଞ୍ଚ (୨୫ ସେଣ୍ଟିମିଟର) ବର୍ଷା ହୋଇଥିଲା, ଯାହା ଫଳରେ ଗୁଆଡାଲୁପ୍ ନଦୀରେ ବନ୍ୟା ଆସିଥିଲା। କେର କାଉଣ୍ଟି ସେରିଫ୍ଙ୍କ କାର୍ଯ୍ୟାଳୟ କିଛି ମୃତ୍ୟୁର ନିଶ୍ଚିତ କରିଛି କିନ୍ତୁ ଅଧିକ ବିବରଣୀ ପ୍ରଦାନ କରିନାହିଁ। ରିପୋର୍ଟ ଅନୁସାରେ, ଗୁଆଡାଲୁପ୍ ନଦୀ ରାତାରାତି ମାତ୍ର ୪୫ ମିନିଟ୍ ମଧ୍ୟରେ ୨୬ ଫୁଟ (୮ ମିଟର) ଉଚ୍ଚତାରେ ଉଠିବାରୁ ଏହି ଦୁର୍ଘଟଣା ଘଟିଥିଲା। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡାନ୍ ପାଟ୍ରିକ୍ କହିଛନ୍ତି ଯେ ନଦୀ କୂଳରେ ଥିବା ଏକ ଖ୍ରୀଷ୍ଟିଆନ ଗ୍ରୀଷ୍ମ ଶିବିରରୁ ପ୍ରାୟ ୨୩ ଜଣ ଝିଅ ନିଖୋଜ ଅଛନ୍ତି।
ସାତ ଇଞ୍ଚ ପାଣି ରହିବା ନେଇ ସତର୍କ କରିଥିଲା ପାଣିପାଗ ବିଭାଗ
ଗୁରୁବାର ପାଣିପାଗ ବିଭାଗ ସତର୍କ କରାଇଥିଲା ଯେ କିଛି ଅଞ୍ଚଳରେ ସାତ ଇଞ୍ଚ ପର୍ଯ୍ୟନ୍ତ ପାଣି ପ୍ରବେଶ କରିପାରେ। ଏହା ପରେ, ରାତିସାରା ଅତି କମରେ ୩୦,୦୦୦ ଲୋକଙ୍କ ପାଇଁ ବନ୍ୟା ଚେତାବନୀ ଜାରି କରାଯାଇଥିଲା। କେରଭିଲ୍, ଇନଗ୍ରାମ୍ ଏବଂ ହଣ୍ଟ ଭଳି ଅଞ୍ଚଳରେ ରିଲିଫ୍ କାର୍ୟ୍ୟ ଦ୍ରୁତ ଗତିରେ ଚାଲିଛି । ଟେକ୍ସାସ ବ୍ୟତୀତ, ନ୍ୟୁ ଜର୍ସିର ମଧ୍ୟ ଝଡ଼ ତାଣ୍ଡବ ସୃଷ୍ଟି କରିଛି । ଗଛ ପଡ଼ିବା ଯୋଗୁଁ ସେଠାରେ ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପ୍ଲେନଫିଲ୍ଡ ସହରରେ, ୭୯ ଏବଂ ୨୩ ବର୍ଷ ବୟସର ଦୁଇଜଣ ପୁରୁଷଙ୍କ କାର ଉପରେ ଗଛ ପଡ଼ିଯିବାରୁ ମୃତ୍ୟୁ ହୋଇଛି । ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳରୁ ରକ୍ଷା କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଠାରୁ ଆରମ୍ଭ କରି ହେଲିକପ୍ଟର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଅନେକ ଜଳବନ୍ଦୀ ଅଞ୍ଚଳରୁ ପ୍ରାୟ ୨୩୭ ଲୋକଙ୍କ ଜୀବନ ରକ୍ଷା କରାଯାଇଛି । ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।