ଦୀର୍ଘ ୫୦ ବର୍ଷ ପରେ ବାପାକୁ ଭେଟିଲା ଝିଅ
Khabar Odisha:daughter-meet-father-after-a-decade
ଖବର ଓଡିଶା : 10/05/2023:

ଦୀର୍ଘ ୫୦ ବର୍ଷ ପରେ ବର୍ଷ ପରେ ଜଣେ ଝିଅ ନିଜ ବାପାଙ୍କୁ ଭେଟିଛି । ତେବେ ଏପରି ଘଟଣା ଶୁଣିବା ପରେ ଏହି କଥା ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ଝିଅକୁ ଯେତେବେଳେ ୩ ବ‌ର୍ଷ ବୟସ ହୋଇଥିଲା ସେତେବେଳେ ସେ ନିଜ ବାପାଙ୍କଠାରୁ ଦୂରେଇ ଯାଇଥିଲେ । ପୁଣି ଦୀର୍ଘ ବର୍ଷ ବ୍ୟବଧାନ ପରେ ବାପାଙ୍କୁ ଭେଟି ଝିଅ ଜଣକ ଖୁବ୍‌ ଭାବପ୍ରବଣ ହୋଇ ପଡ଼ିଛନ୍ତି।

ସୂଚନାରୁ ଜଣାପଡିଛି ଯେ ଉତ୍ତର ଟାଇନାସାଇଡ୍ ଜଣେ ମହିଳା ଯେତେବେଳେ କୁନି ଝିଅ ଥିଲେ ସେ ସମୟରେ ତାଙ୍କ ବାପାମାଆଙ୍କ ମଧ୍ୟରେ ଦାମ୍ପତ୍ୟ ବିବାଦ ଆରମ୍ଭ ହୋଇଥିଲା। ପରିସ୍ଥିତି ଏତେ ଜଟିଳ ହୋଇଥିଲା ଯେ ବାପା ମାଆ  ପରସ୍ପରଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଝିଅକୁ ୩ ବର୍ଷ ବୟସ ହୋଇଥିବା ବେଳେ ବାପାମାଆ ଆନୁଷ୍ଠାନିକ ‌ଭାବେ ଅଲଗା ହୋଇ ଯାଇଥିଲେ। ମହିଳା ଜଣକ ସେ ସମୟରେ ନିଜ ମାଆଙ୍କ ସହ ଲଣ୍ଡନ ଚାଲି ଯାଇଥିଲେ। ରିପୋର୍ଟ ମୁତାବକ, ଉକ୍ତ ମହିଳାଙ୍କ ନାମ ହେଉଛି ଜେନ୍‌। ଜେନ୍‌ ଗତ ୨ ବର୍ଷ ତଳେ ତାଙ୍କ ବାପାଙ୍କ ଦ୍ବିତୀୟ ପତ୍ନୀଙ୍କ ବିଷୟରେ ଜାଣିବାକୁ ପାଇଲେ ତାପରେ ନିଜ ସାବତ ମାଆଙ୍କୁ ଫେସ୍‌ବୁକ୍‌ରେ ପାଇବା ପରେ କିଛି ପ୍ରଶ୍ନ ପଚାରିଲେ। ହେଲେ କିଛି ବି ଉତ୍ତର ମିଳିନଥିଲା। ହେଲେ ଜେନ୍‌ ତାଙ୍କ ପୁଅର ବାହାଘରରେ ଥିବା ବେଳେ ତାଙ୍କୁ ମେସେଜ୍‌ର ଉତ୍ତର ଆସିଲା । ଉତ୍ତର ‌ଜେନ୍‌ଙ୍କ ସାବତ ମାଆ ନୁହେଁ, ବରଂ ତାଙ୍କ ଘରର ଜଣେ ପିଲା ଦେଇଥିଲେ । ‌ସେ ମେସେଜରେ ଲେଖିଥିଲେ, ‘ଆପଣ ଠିକ୍‌ ଜାଗାକୁ ମେସେଜ୍‌ କରିଛନ୍ତି। ଇଏ ମୋ ଜେଜେମାଆଙ୍କ ଆକାଉଣ୍ଟ୍‌। ସେ ଖୁବ୍ କମ୍‌ ଫେସ୍‌ବୁକ୍‌ ବ୍ୟବହାର କରନ୍ତି। ସେଥିପାଇଁ ଉତ୍ତର କରିପାରିନାହାନ୍ତି।’ ଯାହାବି ହଉ ଶେଷରେ  ଜେନ୍‌ ଫୋନ ଯୋଗେ ଯୋଗାଯୋଗ କରି ଶେଷରେ ନିଜ ବାପାଙ୍କୁ ଭେଟିବାରେ ସମର୍ଥ ହେଲେ । 

Subscribe

National International State Sports Entertainment